Below header

ଶାସ୍ତ୍ର ଅନୁସାରେ ଏକାଦଶୀ ଦିନ ଏହିସବୁ କାମ କରିବା ଅନୁଚିତ

ଧର୍ମଗ୍ରନ୍ଥରେ ସମସ୍ତ ତିଥିରେ ଏକାଦଶୀ କୁ ସର୍ବଶ୍ରେଷ୍ଠ କୁହାଯାଇଥାଏ। ଏହି ଦିନ ଜପ-ତପ ର ମଧ୍ୟ ଅଧିକ ମହତ୍ଵ ରହିଥାଏ। ଧର୍ମଗ୍ରନ୍ଥ ଅନୁଯାୟୀ ଏକାଦଶୀ ଦିନ ଏପରି କିଛି କାର୍ଯ୍ୟ ରହିଛି ଯାହା କରିବା ବିଲକୁଲ ଅନୁଚିତ। ତେବେ ଆଜିଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକାଦଶୀ ଦିନ କେଉଁ କେଉଁ କାମ କରିବା ଅନୁଚିତ।

-ଜୁଆ ଖେଳିବା ଏକ ସାମାଜିକ ଅପରାଧ। ଯେଉଁ ବ୍ୟକ୍ତି ଜୁଆ ଖେଳିଥାନ୍ତି ସେମାନଙ୍କ ପରିବାର ଏବଂ କୁଟୁମ୍ବ ମଧ୍ୟ ନଷ୍ଟ ହୋଇଯାଇଥାଏ। ଯେଉଁ ସ୍ଥାନରେ ଜୁଆ ଖେଳାଯାଇଥାଏ ସେଠାରେ ଅଧର୍ମ ର ରାଜ ହୋଇଥାଏ। ଏହି କାରଣରୁ କେବଳ ଏକାଦଶୀ ଦିନ ନୁହେଁ ବରଂ କୌଣସି ଦିନ ଜୁଆ ଖେଳିବା ଉଚିତ ନୁହେଁ।

ekadashi-ଏକାଦଶୀ ଦିନ ରାତିରେ ଶୋଇବା ଅନୁଚିତ। ଏହିଦିନ ରାତିରେ ଉଜାଗର ରହି ଭଗବାନ ବିଷ୍ଣୁଙ୍କୁ ଭକ୍ତି କରିବା ଉଚିତ। ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ।

-ଏକାଦଶୀ ଦିନ ପାନ ଖାଇବା ବର୍ଜିତ। କାରଣ ପାନ ଖାଇବା ଦ୍ୱାରା ମନରେ ରଜ ଗୁଣ ପ୍ରବୃତି ବଢିଥାଏ। ଏହିକାରଣରୁ ଏକାଦଶୀ ଦିନ ପାନ ନଖାଇ ସାତ୍ତ୍ଵିକ ଆଚାର-ବିଚାର ରଖି ପ୍ରଭୁ ଭକ୍ତିରେ ମନ ଦେବା ଉଚିତ।

-ଏକାଦଶୀ ଦିନ ଅନ୍ୟର ଖରାପ ଚିନ୍ତା କରିବା ବା ପର ନିନ୍ଦା କରିବା ଅନୁଚିତ।

-ଚୁଗୁଲି କରିବା ଦ୍ୱାରା ମାନ-ସଂମାନ ରେ ଆଞ୍ଚ ଆସିଥାଏ। ଅନେକଥର ଅପମାନର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ଏହିକାରଣରୁ କେବଳ ଏକାଦଶୀ ନୁହେଁ ବରଂ କୌଣସି ଦିନ ଅନ୍ୟମାନଙ୍କ ନାଁ ରେ ଚୁଗୁଲି କରିବା ଅନୁଚିତ।

rama-ଏକାଦଶୀ ଦିନ ମଧ୍ୟ ହିଂସା କରିବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ୱାରା ମନରେ ବିକାର ଆସିଥାଏ।

-ଏହାବ୍ୟତୀତ ଏକାଦଶୀ ଦିନ ସ୍ତ୍ରୀସଙ୍ଗ କରିବା ବର୍ଜିତ। କାରଣ ଏହା ଦ୍ୱାରା ମନରେ ବିକାର ଉତ୍ପର୍ଣ୍ଣ ହୋଇଥାଏ ଏବଂ ଭକ୍ତିରେ ମନ ଲାଗିନଥାଏ। ଏହିକାରଣରୁ ଏକାଦଶୀ ଦିନ ସ୍ତ୍ରୀସଙ୍ଗ କରିବା ଅନୁଚିତ।

ଏହାସହ ପଢନ୍ତୁ: ଜାଣନ୍ତୁ ଆୟରଲ୍ୟାଣ୍ଡରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଏହି ଶିବଲିଙ୍ଗ ବିଷୟରେ କିଛି ରୋଚକ ତଥ୍ୟ

-ଏକାଦଶୀ ଦିନ କ୍ରୋଧ କରିବା ମଧ୍ୟ ଅନୁଚିତ। କାରଣ କ୍ରୋଧ କରିବା ଦ୍ୱାରା ମନରେ ମାନସିକ ହିଂସା ଆସିଥାଏ। ଏହିକାରଣରୁ ଏକାଦଶୀ ଦିନ ଏହି ସବୁ କାମ କରିବା ଅନୁଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.