Below header

ପୃଥିବୀର ଏମିତି ଏକ ଚର୍ଚ୍ଚ ଯାହାକୁ ୪୦ ହଜାର ଲୋକଙ୍କ ହାଡ଼ରେ ସଜାଯାଇଛି

ଚର୍ଚ୍ଚ, ମସଜିଦ, ମନ୍ଦିର ଆଦି ସ୍ଥାନମାନଙ୍କୁ ଧାର୍ମିକ ସ୍ଥଳ ଭାବେ ଧରାଯାଇଥାଏ । ଏହି ପରି ସ୍ଥାନକୁ ସାଧାରଣତଃ ଲୋକମାନେ ସାଧାରଣତଃ ଭଗବାନଙ୍କୁ ସ୍ମରଣ କରିବାକୁ ଯାଇଥାନ୍ତି । କିନ୍ତୁ ଏପରି ଧର୍ମ ସ୍ଥଳକୁ ଯେ ମଣିଷ ହାଡ ଦ୍ୱାରା ସଜାଯିବ, ତାହା ଶୁଣି ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ହଁ ଏହା କିନ୍ତୁ ସତ୍ୟ । ବିଶ୍ୱରେ ଏମିତି ଏକ ଚର୍ଚ୍ଚ ଅଛି ଯାହାକୁ କେବଳ ହଜାର ହଜାର ଲୋକଙ୍କ ହାଡ଼ରେ ହିଁ ସଜା ଯାଇଥାଏ । ଏହି ସ୍ଥାନକୁ ଅସ୍ୟୁଓରୀ ବୋଲି କୁହାଯାଇଥାଏ । ଏଠାରେ ମୃତ୍ୟୁ ପରେ ପ୍ରଥମେ ଲୋକମାନଙ୍କ ଶବକୁ ଅସ୍ଥାୟୀ ଭାବେ କବର ଦିଆଯାଇଥାଏ । କିଛି ବର୍ଷ ପରେ ସେହି କବର ଗୁଡ଼ିକରୁ ହାଡ ଗୁଡିକୁ ବାହାର କରାଯାଇ ଚର୍ଚ୍ଚର ଅସ୍ୟୁଓରୀରେ ନେଇ ରଖାଯାଏ । ସେଗୁଡିକୁ ବିଭିନ୍ନ କଳାତ୍ମକ ଶୈଳୀରେ ସଜା ଯାଇଥାଏ । ଏହି ଅସ୍ୟୁଓରୀର ନାମ ରଖାଯାଇଛି “ସ୍ୱେଡ଼ଲେକ ଅସ୍ୟୁଓରୀ” ।

church

ଏହି ଅସ୍ୟୁଓରୀଟି ଚେକ ରିପବ୍ଲିକରେ ଅବସ୍ଥିତ । ଏଠାରେ ଶହେ କି ଦୁଇଶହ ନୁହେଁ ପ୍ରାୟ ୪୦,୦୦୦ ହଜାର ଲୋକଙ୍କ ହାଡ଼କୁ ବିଭିନ୍ନ କଳାତ୍ମକ ଉପାୟରେ ସଜା ଯାଇ ରଖାଯାଇଛି । ଏହି ଘଟଣାର ଆରମ୍ଭ ହୋଇଥିଲା ତ୍ରୟୋଦଶ ଶତାବ୍ଦୀରୁ ହିଁ ହୋଇଥିଲା । ସେହି ସମୟରେ ସନ୍ଥ କିଛି ମାଟିରେ ଭର୍ତ୍ତି ହୋଇଥିବା ଏକ ଜାର ନିଜ ସାଙ୍ଗରେ ଆଣିଥିଲେ । ପରେ ସେ ସେହି ମାଟିକୁ ଏକ ସ୍ଥାନରେ ସରଂକ୍ଷିତ କରି ରଖିଥିଲେ । ପରେ ଏହି ଭୂମିକୁ ପବିତ୍ର ଭୂମି ଭାବେ ମନେ କରି ସ୍ଥାନୀୟ ଲୋକେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ କବର ଦେବା ଆରମ୍ଭ କରିଥିଲେ ।ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀରେ ପ୍ଲେନ ଓ ଯୁଦ୍ଧ କାରଣରୁ ଏଠାରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ କବର ଦିଆଯାଇଥିଲା । ତେଣୁ ଖୁବ କମ ସମୟ ଭିତରେ ଏଠାରେ କବର ଭର୍ତ୍ତି ହୋଇଯାଇଥିଲା ।

 

ଏହା ଶହ ପଢନ୍ତୁ: ଇନଷ୍ଟାଗ୍ରାମରେ ୨୪ ଲକ୍ଷ ଫଲୋଅର ଥିବା ବିଲେଇ ଲିଲ ବବ୍‌ର ମୃତ୍ୟୁ, ଟ୍ଵିଟ୍‌ କଲା ନାସା

ଏମିତିକି ସ୍ଥାନ ଅଭାବରୁ ଶବ ଉପରେ ଶବ ଲଦା ହୋଇଥିଲା । ଏତେ ଗୁଡିଏ ଶବକୁ ଏକାଠି ଦେଖି ସେଠାକାର ଲୋକେ ଅସ୍ୟୁଓରୀ ସ୍ଥାପନ କରିବା ପାଇଁ ଚିନ୍ତା କଲେ | ତେଣୁ କାମକୁ ଜଣେ ସ୍ଥାନୀୟ ସନ୍ଥଙ୍କୁ ଅର୍ପଣ କରାଯାଇଥିଲା । ଫ୍ରଣ୍ଟିସେକ ରୀଡ ନାମକ ଏହି ସନ୍ଥ ୧୮୭୦ ମସିହାରେ ପ୍ରାୟ ୪୦ ,୦୦୦ ଲୋକଙ୍କ ହାଡ଼କୁ ଉକ୍ତ ଅସ୍ୟୁଓରୀରେ ନେଇ ରଖିଥିଲେ । ଖାଲି ରଖି ନଥିଲେ ଏହାକୁ ବିଭିନ୍ନ କଳାତ୍ମକ ଶୈଳୀରେ ହାଡ ଗୁଡିକୁ ଏକ ଭିନ୍ନ ରୂପ ଦେଇଥିଲେ । ଖୁବ ଶୀଘ୍ର ଏହି ଚର୍ଚ୍ଚଟି ଲୋକପ୍ରିୟ ହୋଇଯାଇଥିଲା । ପାଖ ଆଖ ଅଂଚଳରୁ ବହୁ ଲୋକ ଏହି ଭିନ୍ନ କଳାକୁ ଦେଖିବା ପାଇଁ ଆସିଥିଲେ । ଖୁବ କମ ଦିନରେ ଏହି ଚର୍ଚ୍ଚଟି “ଚର୍ଚ୍ଚ ଅଫ ବୋନ୍ସ” ନାମରେ ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.