Below header

ଶୀତ ଦିନରେ ତିଆରି କରନ୍ତୁ ସୁଆଦିଆ ଫଳ ସେଓ ଚଟଣୀ,ରହିଛି ଔଷଧୀୟ ଗୁଣ

ଖାଦ୍ୟ ଖାଇବା ସମୟରେ ଅନେକ ଲୋକଙ୍କର ଅନେକ ପ୍ରକାର ରୁଚି ଥାଏ । ସେଥି ମଧ୍ୟରୁ ଚଟଣୀ ମଧ୍ୟ କିଛି ଲୋକେ ଖାଇବା ପାଇଁ କୁବ୍‌ ପସନ୍ଦ କରନ୍ତି । କାରଣ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିଥାଏ ଓ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ସେଥିପାଇଁ ଲଞ୍ଚ ହେଉ କିମ୍ବା ଡିନର,ଏହା ସହିତ ଚଟଣୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ତେଣୁ ନଡିଆ ଚଟଣୀ,ଧନିଆ ପତ୍ର ଚଟଣୀ,ପୋଦିନା ଚଟଣୀ,ବାଦାମ ଚଟଣୀ,ଆଳୁ ଚଟଣୀ,ବାଇଗଣ ଚଟଣୀକୁ ଲୋକେ ଖାଇଥାଆନ୍ତି । କିନ୍ତୁ ବର୍ତ୍ତମାନ ଆପଣ ମଧ୍ୟ ଆଉ ଚଟଣୀ ନିଜ ଖାଇବାରେ ଆଡ୍‌ କରି ପାରିବେ ଯାହାକି ହେଉଛି ସେଓ ଚଟଣୀ ।

ରିସର୍ଚ ଅନୁଯାୟୀ ଫଳ ସେଓରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି । ତେଣୁ ଡାକ୍ତରଙ୍କ ଅନୁଯାୟୀ ଏହକୁ ପ୍ରତିଦିନ ସକାଳୁ ଖାଇବା ଦରକାର । ଯାହା ଦ୍ୱାରା ଅନେକ ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ । ତେଣୁ କଞ୍ଚା ଫଳ ସେଓକୁ ଚଟଣୀ କରି ଖାଇବା ଉଚିତ । ଖାସ କରି ଶୀତ ଦିନରେ ଆପଣ ଏହାକୁ ଚଟଣୀ କରି ଖାଇ ପାରିବେ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଜାଣନ୍ତୁ କିପରି କରିବେ ସେଓ ଚଟଣୀ:

Picture Credit – Femina.in

ଟୋଟେ ଆପଲ,ଚାରୋଟି ଅଁଳା,ଚାରୋଟି ଗୋଲ ମରିଚ, ସ୍ୱାଦ ମୁତାବକ ଲୁଣ, ସ୍ୱାଦ ଅନୁଯାୟୀ ଗୁଡ ବା ଚିନି,ଜାଇଫଳ ଗୁଣ୍ଡ,ଜିରା ପାଉଡର ଓ ତେଲ ଆବଶ୍ୟକ।

ସେଓ ଚଟଣୀ ପ୍ରସ୍ତୁତ କରିବାର ଉପାୟ:

Apple chatni
Picture Credit – Lucky Leaf

ପ୍ରଥମେ ସେଓ ର ଚୋପା ଛଡାନ୍ତୁ ଓ ଏହାକୁ କାଟି ଦିଅନ୍ତୁ , ଏହାପରେ କଟା ଯାଇଥିବା ସେଓକୁ ଗ୍ରାଇଣ୍ଡର ବା କିମ୍ବା ହେମ ଦସ୍ତାରେ ଚଟଣୀ କରନ୍ତୁ । ଗରମ ତେଲରେ ଗୋଲମରିଚ ଗୁଣ୍ଡ,ଜାଇଫଳ ପାଉଡର, ଜିରା ଗୁଣ୍ଡ ଓ ଅଁଳା ଗୁଣ୍ଡକୁ ପକାଇବା ପରେ ବଟା ହୋଇଥିବା ସେଓକୁ ମିଶାନ୍ତୁ ଏହା ପରେ ଏଥିରେ ଚିନି କିମ୍ବା ଗୁଡ ମିଶାଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଟପଟା ସେଓ ଚଟଣୀ । ଏହାକୁ ଆପଣ ଖାଲି ଖାଇବା ସହ ରୁଟି ପରଟା କିମ୍ବା ଅନ୍ୟ ଯେକୌଣସି ଖାଦ୍ୟ ସହ ମିଶାଇ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.