Below header

ପରାଜୟର ପ୍ରତିଶୋଧ ନେଲା ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ୯ ଓଭରରେ ବିଜୟ ହେଲା

ଭୁବନେଶ୍ୱର(କେନ୍ୟୁଜ) : ପରାଜୟର ପ୍ରତିଶୋଧ ନେଲା ଇଲେକ୍ଟ୍ରୋନିକ୍ସ ମିଡିଆ । ପ୍ରିଣ୍ଟ ମିଡ଼ିଆ ବିରୋଧରେ ଦମଦାର ବିଜୟ ସହ ଗତ ମ୍ୟାଚର ସୁନ୍ଦର ପ୍ରତିଶୋଧ ନେଇଛି ଟିମ । ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରିଣ୍ଟ ମିଡ଼ିଆ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମଧ୍ୟରେ ଚାଲିଥିଲା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ପ୍ରିଣ୍ଟ ମିଡିଆକୁ ୯ ୟିକେଟ ରେ ପରାସ୍ତ କରିଛି ଇଲୋକଟ୍ରନିକ ମିଡ଼ିଆ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପ୍ରିଣ୍ଟ ମିଡ଼ିଆ ।ଦଳ ନିର୍ଧାରିତ ୧୫ ଓଭରରେ ଦଳ ୯ୟିକେଟ ବିନିମୟରେ ୭୫ରନ କରିଥିଲା । ୭୬ରନ ର ବିଜୟଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଲେକ୍ଟ୍ରୋନିକ୍ସ ମିଡ଼ିଆ ୯ ଓଭର ରେ ୧ ୟିକେଟ ହରାଇ ୭୭ରନ କରି ବିଜୟ ହୋଇଥିଲା । ଦଳ ପକ୍ଷରୁ ଦୁଇ ଓପନର ଦୀପକ ଓ ସରୋଜ ୭୩ରନ ର ଓପନିଂ ପାର୍ଟନର ସିପ କରିବା ପରେ ପ୍ରଥମ ଓ୍ଵିକେଟ ଭାବେ ଦୀପକ ୨୩ ଵଲରେ ୩୪ ରନ କରି ଆଉଟ ହୋଇଥିଲେ ।

ଯେଉଁଥିରେ ସେ ୪ଟି ବିଶାଳ ଛକା ଓ ଏକ ଚୌକା ମାରିଥିଲେ । ଅନ୍ୟତମ ଓପନର ୧୯ରନ କରି ଅପରାଜିତ ରହିଥିଲେ । ଏହି ବନ୍ଧୁତ୍ବପୂର୍ଣ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ବିଜୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.