Below header

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ, ନଚେତ ହୋଇପାରେ ଗମ୍ଭୀର ରୋଗ

ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ ଗ୍ୟାସ୍‌ ଓ ଏସିଡିଟି ଭଳି ସମସ୍ୟା ହୋଇପାରେ । ଯାହାଦ୍ୱାରା ଆମ ପୂରା ଦିନଟି ଖରାପ ହୋଇଯାଇଥାଏ । ସେଥିପାଇଁ ସକାଳର ବ୍ରେକ୍‌ଫାଷ୍ଟ ଭାବିଚିନ୍ତି କରିବା ଉଚିତ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ କିଛି ଜିନିଷ ଯାହାକୁ ସକାଳୁ ଉଠି ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ହୋଇନଥାଏ ।

ଲୋକମାନେ ଅଜାଣତରେ ସକାଳୁ ଉଠି ଖାଲି ପେଟରେ କିଛି ଏପରି ଜିନିଷ ଖାଇନିଅନ୍ତି, ଯାହା ତାଙ୍କର ପୂରା ଦିନଟିକୁ ଖରାପ କରିଦେଇଥାଏ । ଯେତେବେଳେ ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ ଗ୍ୟାସ୍‌ ଓ ଏସିଡିଟି ଭଳି ସମସ୍ୟା ହୋଇପାରେ । ଯାହାଦ୍ୱାରା ଆମ ପୂରା ଦିନଟି ଖରାପ ହୋଇଯାଇଥାଏ । ସେଥିପାଇଁ ସକାଳର ବ୍ରେକ୍‌ଫାଷ୍ଟ ଭାବିଚିନ୍ତି କରିବା ଉଚିତ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ କିଛି ଜିନିଷ ଯାହାକୁ ସକାଳୁ ଉଠି ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ହୋଇନଥାଏ ।

ଚିନି ଓ ମହୁ :
ପ୍ରାୟତଃ ଲୋକମାନେ ସକାଳୁ ଉଠି ଖାଲି ପେଟରେ ମହୁ ଖାଇନିଅନ୍ତି । କାରଣ ସେମାନଙ୍କୁ ଲାଗିଥାଏ ଯେ ମହୁ ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ହେଲେ ଚିନି ଅପେକ୍ଷା ମହୁରେ ଅଧିକ କ୍ୟାଲୋରୀ ରହିଥାଏ । ତେବେ ଆପଣମାନେ ଜାଣିଛନ୍ତି କି ବଜାରରେ ମିଳୁଥିବା ମହୁରେ ଅନେକ ପ୍ରକାରର କେମିକାଲ ମିଶାହୋଇଥାଏ । ଯାହାଦ୍ୱାରା ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆମ ବ୍ଲଡ ପ୍ରେସର ଲେବଲ ବଢି ଯାଇଥାଏ ଏବଂ ଆମକୁ ଅଧିକ ଭୋକ ଲାଗିଥାଏ । ସେଥିପାଇଁ ଯଦି ଆପଣଙ୍କ ପାଖରେ ଶୁଦ୍ଧ ମହୁ ଅଛି ତାହେଲେ ତାକୁ ଆପଣ ଖାଇପାରିବେ । ହେଲେ ବାହାରରେ ମିଳୁଥିବା ମହୁ ଖାଆନ୍ତୁ ନାହିଁ ।

ଖଟା ଫଳ :
ସକାଳୁ ଉଠି ଖାଲି ପେଟରେ ଲେମ୍ବୁ, କମଳା ଭଳି ଜିନିଷ ଖାଇବା ପେଟ ପାଇଁ ଠିକ୍‌ ନୁହେଁ । ଆପଣମାନେ ଜାଣିଛନ୍ତି କି ଖଟା ଫଳରେ ଅମ୍ଳିୟ ଗୁଣ ରିହିଥାଏ । ଯାହା ଖାଲି ପେଟରେ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ହୋଇପାରେ । ସେଥିପାଇଁ ସକାଳୁ ମିଠା ଓ କମ୍‌ ଖଟା ଫଳ ଖାଇବା ଉଚିତ । ଯେପରି ସେଉ, ଅମୃତଭଣ୍ଡା ଓ ଡାଳିମ୍ବ ଆଦି ଫଳ ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ହୋଇଥାଏ । ଏହା ଦ୍ୱାରା ଗ୍ୟାସ୍‌ କି ଏସିଡିଟି ହୁଏ ନାହିଁ ଓ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ । ଯଦି ଆପଣଙ୍କୁ ଖଟା ଫଳ ଖାଇବାରେ ଅଛି ତାହେଲେ ଅନ୍ୟ କିଛି ଖାଦ୍ୟ ସହ ମିଶାଇ ଖାଇପାରିବେ ।

ବ୍ରେକ୍‌ଫାଷ୍ଟାରେ ମିଠା ବଦଳରେ ଲୁଣିଆ ଖାଦ୍ୟ ଖାଇବା ଉଚିତ :
ଲୁଣିବା ଖାଦ୍ୟ ଖାଇବା ବ୍ଲଡ ପ୍ରେସର ଲେବଲକୁ ସ୍ଥିର ରହିବାରେ ସାହାଯ୍ୟ କରିଥାଏ । ତେବେ ଯେଉଁ ଲୋକମାନେ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦିଅନ୍ତି, ସେମାନଙ୍କ ପାଇଁ ଏହା ବିଶେଷ ରୂପରେ ଲାଭଦାୟକ ହୋଇଥାଏ । ପ୍ରୋଟିନ୍‌ ଓ ହେଲଦି ଫ୍ୟାଟ୍‌ରେ ଭରପୂର ଥିବା ଖାଦ୍ୟ ଖାଇବା ଦ୍ୱାରା ଭୋକ କମ୍‌ ହୋଇଥାଏ । ଯାହାଦ୍ୱାରା ଅଧିକ ଭୋକ ଲାଗିନଥାଏ । କିନ୍ତୁ ଅନ୍ୟ କିଛି ଖାଦ୍ୟ କିମ୍ବା ମିଠା ଜିନିଷ ଖାଇବା ଦ୍ୱାରା ବ୍ଲଡ ସୁଗାର ହଠାତ୍‌ ବଢିପାରେ । ଯେଉଁଥିପାଇଁ ଅଧିକ ଭୋକ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.