Below header

ଏହି ଉପାୟ ଅବଲମ୍ବନ କରନ୍ତୁ, ମା’ ଲକ୍ଷ୍ମୀଙ୍କୁ ଖୁସି କରନ୍ତୁ

ଆଜିକା ସମୟରେ ବି ଅନେକ ଲୋକ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି । ଆଉ ନିଜ ଘରକୁ ବି ଏହି ଅନୁସାରେ ହିଁ ସଜାନ୍ତି । ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ଧରାଯାଏ । ତାଙ୍କ କୃପା ଯେଉଁ ଘରେ ପଡେ ସେଠି ଧନର କୌଣସି ଅଭାବ ରୁହେ ନାହିଁ । ଆଉ ସେହି କାରଣରୁ ଲୋକେ ସର୍ବ ପ୍ରଥମେ ମା’ ଙ୍କର ହିଁ ପୂଜାର୍ଚ୍ଚନା କରନ୍ତି । ବାସ୍ତୁ ଅନୁସାରେ ଏମିତି କିଛି ଟିପ୍ସ ଅଛି ଯାହାକୁ ଅବଲମ୍ବନ କଲେ ମା’ ଙ୍କ କୃପା ଲାଭ ହୋଇଥାଏ ।

ଘରେ ଏକ ତୁଳସୀ ଗଛ ଲଗାନ୍ତୁ:

ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରେ ଏକ ତୁଳସୀ ଗଛ ଲଗାନ୍ତୁ । ଆଉ ସକାଳୁ ଉଠିବା ପରେ ପ୍ରଥମେ ସେଥିରେ ପାଣି ଦିଅନ୍ତୁ । ଜ୍ୟୋତିଷଙ୍କ ଅନୁଯାୟୀ ଏମିତି କରିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଗଛ ଲଗାଇବା ସମୟରେ ଭଗବାନଙ୍କ ନାମ ଜପ କରନ୍ତୁ ।

water
pic credit: Punjab keshari

 

ତମ୍ବା ନୋଟାରେ ଜଳ ଦିଅନ୍ତୁ:

ସକାଳେ ଗାଧୋଇବା ପରେ ତମ୍ବା କଳସରେ ଟିକେ ସିନ୍ଦୁର ଦେଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଘିଅ ଦୀପ ଜଳାନ୍ତୁ:

ଘର ଲୁଣ ପାଣିରେ ସଫାସଫି କରିବା ପରେ ଘରେ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ । ତେଣୁ ଏହା ପରେ ଘରେ ନିଶ୍ଚିତ ରୂପେ ଏକ ଘିଅ ଦୀପ ଜ୍ଵଳାନ୍ତୁ । ବିଶ୍ୱାସ ରହିଛି ଯେ ଏହାଦ୍ୱାରା ଦେବାଦେବୀଙ୍କ ଆଶୀର୍ବାଦ ଲାଭ ହୋଇଥାଏ ।

ମା’ ଙ୍କୁ ଟୀକା ଲଗାନ୍ତୁ:

ପୂଜା କରିବା ପରେ ମା’ ଙ୍କୁ ଟୀକା ଲଗାନ୍ତୁ । ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଢିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.