Below header

ସପ୍ତମ ସନ୍ତାନର ବାପା ହେଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ, ଘରକୁ ଆସିଲା କୁନି ପରୀ

ପୁଣିଥରେ ବାପା ହେଲେ ଟେସ୍‌ଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ। ଏଲନ୍‌ ମସ୍କଙ୍କ ପତ୍ନୀ ତଥା ହଲିଉଡ୍‌ ସିଙ୍ଗର ଗ୍ରୀମ୍‌ସ (Grimes) ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ଏଲନ୍‌ ମସ୍କ ୭ଟି ପିଲାଙ୍କର ବାପା ହୋଇଛନ୍ତି। ଏଥରକ ଗ୍ରୀମ୍‌ସ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ଏଲନ୍‌ ମସ୍କ ଓ ଗ୍ରୀମ୍‌ସ ସରୋଗେସୀ ଜରିଆରେ ଏହି କୁନି ପରୀକୁ ସ୍ୱାଗତ କରିଛନ୍ତି। ତେବେ ଏହି ଦମ୍ପତି କୁନି ଝିଅର ଏକ ଅଦ୍ଭୁତ ନାଁ ରଖିଛନ୍ତି। ରିପୋର୍ଟ ମୁତାବକ, ଏଲନ୍‌ ନିଜ ନବଜାତ କନ୍ୟାର ନାଁ ରଖିଛନ୍ତି ଏକ୍ସା ଡାର୍କ ସିଡେରାୟଲ୍‌ ମସ୍କ (Exa Dark Sideræl Musk)। ଝିଅର ଡାକ ନାଁ ରଖାଯାଇଛି ଓ୍ଵାଇ(Y)।


ଏହା ପୂର୍ବରୁ ଗ୍ରୀମ୍‌ସଙ୍କର ଏକ ପୁଅ ଅଛି। ତାହାର ନାଁ ହେଉଛି X Æ A-12। ତାଙ୍କ ପୁଅକୁ ଏବେ ୨ ବର୍ଷ।

ସୂଚନାଯୋଗ୍ୟ ଯେ ଗ୍ରୀମ୍‌ସ ଡିସେମ୍ବର ୨୦୨୧ରେ ୫୦ ବର୍ଷୀୟ ଏଲନ୍‌ ମସ୍କଙ୍କ ସହ ଲୁଚାଛପାରେ ବିବାହ କରିଥିଲେ। ବିବାହ ପରେ ଏବେ ଏହା ଜଷ୍ଟିନ୍‌ ଓ୍ଵାଲସନ୍‌ (Justine Wilson) ଙ୍କର ଦ୍ୱିତୀୟ ସନ୍ତାନ ହୋଇଥିବା ବେଳେ ଏଲନ୍‌ ମସ୍କଙ୍କର ସପ୍ତମ ସନ୍ତାନ। ଏହା ପୂର୍ବରୁ ଏଲନ୍‌ ମସ୍କଙ୍କର ପ୍ରଥମ ପତ୍ନୀ ଜଷ୍ଟିନ୍‌ ଓ୍ଵାଲସନ୍‌ (Justine Wilson) ଙ୍କ ଠାରୁ ୫ଟି ଝିଅ ଅଛନ୍ତି।

Also Read: ‘ଇଏ ମୋ ପୁଅ ନୁହେଁ, ମୋଦିଙ୍କ ପୁଅ’: ୟୁକ୍ରେନ୍‌ରୁ ପୁଅ ଫେରିବା ପରେ ଇମୋସନାଲ ହୋଇ ଏମିତି କହିଲେ ବାପା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.