‘ଇଏ ମୋ ପୁଅ ନୁହେଁ, ମୋଦିଙ୍କ ପୁଅ’: ୟୁକ୍ରେନ୍‌ରୁ ପୁଅ ଫେରିବା ପରେ ଇମୋସନାଲ ହୋଇ ଏମିତି କହିଲେ ବାପା

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଭିତରେ ଇତି ମଧ୍ୟରେ ସବୁ ଭାରତୀୟ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଛନ୍ତି। ଅପରେସନ୍‌ ଗଙ୍ଗା ମାଧ୍ୟମରେ କେନ୍ଦ୍ର ସରକାର ୟୁକ୍ରେନ୍‌ରେ ଫସିଥିବା ହଜାର ହଜାର ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି। ଏହି ଅଭିଯାନରେ ୟୁକ୍ରେନ୍‌ର ସୁମିରେ ଫସିଥିବା ଧ୍ରୁବ ମଧ୍ୟ ଭାରତକୁ ଫେରିଛନ୍ତି। ଏ ଅବସରରେ ତାଙ୍କ ବାପା ଇମୋସନାଲ ହୋଇ ପଡ଼ିଛନ୍ତି। ଧ୍ରୁବଙ୍କ ବାପା ସଞ୍ଜୟ ପଣ୍ଡିତା ଭାବୁକ ହୋଇ କହିଛନ୍ତି- ମୋର ବିଶ୍ୱାସ ନଥିଲା ଯେ ମୋ ପୁଅ ସୁରକ୍ଷିତ ଭାବେ ଭାରତ ଫେରିବ। ମୁଁ କହିବି ଯେ ମୋଦି ଜୀଙ୍କ ପୁଅ ଫେରିଛି, ମୋ ପୁଅ ନୁହେଁ। ସେ ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ସଞ୍ଜୟ ପଣ୍ଡିତାଙ୍କ କହିବାନୁସାରେ, ଇଏ ମୋ ପୁଅ ନୁହେଁ, ମୋଦି ଜୀଙ୍କ ପୁଅ। ସେ ନେଇକି ଆସିଛନ୍ତି। ଆମେ ଭାବି ନଥିଲୁ ଯେ ପୁଅ ଆଉ ଫେରିବ ବୋଲି। କିନ୍ତୁ ଭାରତ ସରକାରଙ୍କୁ ଧନ୍ୟବାଦ ଯେ ସେ ମୋ ପୁଅକୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିଛନ୍ତି।


ଭାରତ ଫେରିବା ପରେ ୟୁକ୍ରେନ୍‌ ଫେରନ୍ତା ଧ୍ରୁବ କହିଛନ୍ତି- ସେଠାରେ ବଞ୍ଚି କି ରହିବା ଅତ୍ୟନ୍ତ କଷ୍ଟକର ଥିଲା। ଭାରତକୁ ଫେରିବା ପରେ ଆଶ୍ୱସ୍ତି ଅନୁଭବ କରୁଛି। ଅପରେସନ୍‌ ଗଙ୍ଗାକୁ ସଫଳ କରିଥିବାରୁ ଭାରତ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ।

ସୂଚନାଯୋଗ୍ୟ ଯେ ଉତ୍ତର-ପୂର୍ବ ୟୁକ୍ରେନ୍‌ର ଯୁଦ୍ଧଗ୍ରସ୍ତ ସହର ସୁମିରୁ ଉଦ୍ଧାର ହୋଇଥିବା ୬୭୪ ଲୋକଙ୍କୁ ନେଇ ୩ଟି ବିମାନ ଉଡ଼ାଣ ଭରିଥିଲା। ୧୧ ମାର୍ଚ୍ଚରେ ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି।

Also Read: ଋତୁସ୍ରାବ ଜନିତ ପୀଡ଼ାରୁ ମୁକ୍ତି ପାଇଁ ସେବନ କରନ୍ତୁ କଲରା ପତ୍ର ରସ, ଜାଣନ୍ତୁ ସେବନ ବିଧି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.