Below header

ଚୀନରେ ନୂଆ ଭାଇରସ ଆଶଙ୍କାରେ ପୁଣି ଥରେ ଲକଡାଉନ

ଚୀନରେ ପୁଣିଥରେ ନୂଆ ଭାଇରସ ର ପ୍ରକୋପ ଦେଖିବାକୁ ମିଳିଛି। ନୂଆ ଭାଇରସ ଡରରେ କରୋନା ପରେ ଏବେ ଚାଇନାର ଚାଙ୍ଗଚୁନ ସହରର ଉତ୍ତର ପୂର୍ବ ଶିଳ୍ପାୟନ କେନ୍ଦ୍ରରେ ପୁର୍ନବାର ଲକ୍ ଡାଉନ୍ ଘୋଷଣା କରାଯାଇଛି। ଚାଇନାର ଏହି ଚାଙ୍ଗଚୁନ ସହରରେ ପ୍ରାୟ ୯୦ ଲକ୍ଷ ଜନସାଧାରଣ ବସବାସ କରନ୍ତି। ନୂଆ ଭାଇରସ ବ୍ୟାପିବା ଆଶଙ୍କାରେ ଏଠାରେ ଲକଡାଉନ୍ କରାଯାଇଛି।

ତେବେ କୋଭିଡ-୧୯ ପରେ ଏହା ଏକ ନୂଆ ଭାଇରସ ଆସିଥିବା ସୂଚନା ରହିଛି । ତେବେ ଅନ୍ୟ ସହର ଅପେକ୍ଷା ଚୀନର ଏହି ସହରରେ ପାଖା ପାଖି ୧ କୋଟି ଲୋକ ରହୁଥିବା କୁହାଯାଉଛି। ଏତେ ମାତ୍ରାରେ ଜନସଂଖ୍ୟା ଥିବାରୁ ଏହି ଅଂଚଳରେ ନୂତନ ଭୂତାଣୁ ଭୟରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ତେବେ ସାରା ବିଶ୍ୱରେ ବର୍ତ୍ତମାନ କରୋନା ପ୍ରକୋପ କମିବା ବେଳେ ଚୀନରେ ନୂଆ ଭାଇରସ ଆଶଙ୍କା ଚିନ୍ତାରେ କାରଣ ପାଲଟିଛି।

china
Picture Credit- DNA India

ଏହା ଛଡ଼ା ସହର କୌଣସି ନାଗରିକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ସମସ୍ତ ଅତ୍ୟାବଶ୍ୟକ ବ୍ୟବସାୟ ମଧ୍ୟ ବନ୍ଦ କରଯାଇଛି ଓ ପରିବହନ ବନ୍ଦ କରାଯାଇଛି। ତେବେ ସହରରେ କେବଳ ଦୁଇଟି ମାମଲା ଦେଖିବାକୁ ମିଳିଥିବା ବେଳେ ସରକାର ଅଧିକାରୀ ସତର୍କ ରହିବାକୁ କହିଛନ୍ତି। ଅନ୍ୟ ୯୩ ଟି ନୂଆ ଭାଇରସ ମାମଲା ନିକଟସ୍ଥ ଜିଲିନ୍ ସହରରେ ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ୨୦୧୯ ମସିହାରେ ପ୍ରଥମେ କୋଭିଡ-୧୯ ଭାଇରସ ଚୀନର ଉହାନ ସହରରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.