ପାଞ୍ଚ ମାସର ଗର୍ଭବତୀଙ୍କୁ ବଳାତ୍କାର ପରେ ୬ ଦିନରେ ୩ଟି ହତ୍ୟା କଲା ଏହି ରାକ୍ଷସ, କୋର୍ଟ ଶୁଣାଇଲା ଏମିତି ଦଣ୍ଡ

ଜଣେ ପ୍ରେଗନାଣ୍ଟ ମହିଳାଙ୍କୁ ବଳାତ୍କାର ଏବଂ ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସଜା ଶୁଣାଯାଇଛି। ବ୍ୟକ୍ତି ଜଣଙ୍କୁ ମୋଟ ତିନିଟି ହତ୍ୟା ମାମଲାରେ ଦୋଷୀ ପ୍ରମାଣିତ କରାଯାଇଛି। ଯାହାପରେ କୋର୍ଟ ଦ୍ୱାରା ତାଙ୍କୁ ଏହି ଦଣ୍ଡ ଦିଆଯାଇଛି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଅଭିଯୁକ୍ତ ଜଣକ ଏହି ତିନିଟି ମର୍ଡର ମାତ୍ର ୬ ଦିନ ଭିତରେ ହିଁ କରିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ମାମଲା ବ୍ରିଟେନର େଓ୍ଵଷ୍ଟ ମିଡଲାଣ୍ଡସର ଅଟେ। ଯେଉଁଠି ଜଣେ ୩୯ ବର୍ଷିୟ ଆନ୍ଥନୀ ରସେଲଙ୍କୁ ବଳାତ୍କାର ଏବଂ ଟ୍ରିପଲ ମର୍ଡର ମାମଲାରେ ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଛି। ରସେଲଙ୍କୁ ଜୁଲି ଓ୍ଵିଲିୟମ୍ସ (୫୮), ତାଙ୍କ ପୁଅ ଡେଭିଡ ଓ୍ଵିଲିୟମସ୍‌ (୩୧) ଏବଂ ଜଣେ ମହିଳା ନିକୋଲ ମ୍ୟାକଗ୍ରେଗର (୩୧)ଙ୍କର ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି।

ବାସ୍ତବରେ ଘଟଣାଟି କିଛି ଏପରି ଥିଲା। କୋର୍ଟ ଶୁଣାଣୀ ସମୟରେ ଜଣାଇଛି ଯେ ଜୁଲି ଓ୍ଵିଲିୟମ୍ସ ୨୩ ଅକ୍ଟୋବର ୨୦୨୦ରେ ନିଜ ପୁଅ ଡେଭିଡର ନିରୁଦ୍ଧିଷ୍ଟ ଖବର ଥାନାରେ ଏତଲା ଦେଲେ। ଏହାର ଦୁଇ ଦିନ ପରେ ଜୁଲିର ନିରୁଦ୍ଧିଷ୍ଟ ଖବର ତାଙ୍କର ଭଉଣୀ ପୋଲିସକୁ ଦେଲେ। ଜୁଲି ଏବଂ ଡେଭିଡ ଉଭୟ ପୋଲିସକୁ ଖବର ଦେଲେ ପରେ ପୋଲିସକୁ ଜୁଲିର ଲାସ ମିଳିଲା। ତାଙ୍କ ଶରୀରରେ ୧୦୦ ରୁ ଅଧିକ ଆଘାତ ର ଚିହ୍ନ ଥିଲା। ଏହାପରେ ପୋଲିସକୁ ବି ତାଙ୍କ ପୁଅ ଡେଭିଡର ଶବ ମିଳିଲା।

ଏହି ଘଟଣା ପରେ ଏହାକୁ ଲୁଟ ଉଦ୍ଦେଶ୍ୟ ଦେବା ପରେ ଆନ୍ଥନୀ ରସେଲ ସହରରୁ ଫେରାର ହୋଇଗଲା। ଏହାପରେ ଲେମିଙ୍ଗଟନ ସହରରେ ପହଁଚିବାର କିଛି ଘଣ୍ଟା ପରେ ସେ ନିକୋଲ ମ୍ୟାକଗ୍ରେଗର ନାମକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଦେଲେ। କିଛି ଦିନ ପରେ ଉକ୍ତ ମହିଳାଙ୍କ ଶବ ଘଞ୍ଚ ଜଙ୍ଗଲ ମଧ୍ୟରୁ ମିଳିଲା। ତାଙ୍କ ଶରୀରରେ ବହୁତ ସାରା କ୍ଷତାକ୍ତ ଚିହ୍ନ ଥିଲା। ଶବକୁ ଦେଖି ଲାଗୁଥିଲା ନୃଶଂସ ଜଣକୁ ଉକ୍ତ ମହିଳାଙ୍କ ଶରୀରକୁ ଖିନଭିନ କରି ଉପଭୋଗ କରୁଥିଲା। ତେବେ ଆପଣଙ୍କୁ ଜାଣି ଘୃଣା ଲାଗିବ ଯେ ଉକ୍ତ ମହିଳା ଜଣଙ୍କ ସେହି ସମୟରେ ୫ ମାସର ଗର୍ଭବତୀ ଥିଲେ।

ତେବେ ତିନିଟି ହତ୍ୟା କରିବା ପଛରେ ରହସ୍ୟ ବିଷୟରେ ପୋଲିସ କହିଛି ଯେ ଅଭିଯୁକ୍ତ ଅନ୍ଥନୀକୁ ଲାଗୁଥିଲା ଡାବିଡର ତା ଗାର୍ଲଫ୍ରେଣ୍ଡ ସହ ଆଫେୟାର ରହିଥିଲା। ଏଥିପାଇଁ ସେ ଡାବିଡକୁ ହତ୍ୟା କରିଦେଲା। କିନ୍ତୁ ଯେତେବେଳେ ତାର ମାଆ ପୋଲିସରେ ଅଭିଯୋଗ କରିଦେଲା ସେଥିପାଇଁ ସେ ତାକୁ ବି ମାରିଦେଲା। କିନ୍ତୁ ଆନ୍ଥନୀ ନିକୋଲ ନାମକ ଜଣେ ୫ ମାସର ଗର୍ଭବତୀଙ୍କ କାହିଁକି ମାରିଲା ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.