ମହିଳା ବିଶ୍ୱ କପ୍‌ରେ ମିତାଲି ରାଜ୍‌ଙ୍କ ବଡ଼ ସଫଳତା, ଭାଙ୍ଗିଲେ ଅଷ୍ଟ୍ରେଲିଆର ବେଲିଣ୍ଡାଙ୍କ ରେକର୍ଡ଼

ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ୍‌ ଏକ ଏତିହାସିକ ସଫଳତା ହାସଲ କରିଛନ୍ତି । ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ୍‌ରେ ଅଧିନାୟକ ହେବାରେ ସେ ରେକର୍ଡ଼ ଭାଙ୍ଗିଛନ୍ତି । ହାମିଲଟନ୍‌ ସେଡନ୍‌ ପାର୍କରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇ ଟସ୍‌ ପକାଇବା ପରେ ନୂଆ ରେକର୍ଡ଼ କରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା ବେଲିଣ୍ଡା କ୍ଲାର୍କ ସର୍ବାଧିକ ୨୩ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ । ସେହି ରେକର୍ଡ଼କୁ ୩୯ ବର୍ଷ ବୟସ୍କା ମିତାଲି ରାଜ ଭାଙ୍ଗିଛନ୍ତି ।

ମିତାଲିଙ୍କ ଅଧୀନରେ ଭାରତ ଏଯାଏ ମୋଟ ୨୪ଟି ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ୧୪ଟିରେ ବିଜୟୀ ହୋଇଛି । ୮ଟିରେ ପରାଜୟର ସମ୍ମୁଖୀନ ହୋଇଛି ଟିମ । ଆଉ ଏକ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ।

କହି ରଖୁଛୁ କି ୨୦୦୫ରେ ବିଶ୍ୱକପରେ ମିତାଲି ପ୍ରଥମ ଥର ଭାରତୀୟ ନଳର ନେତୃତ୍ୱ ନେଇଥିଲେ । ସେହିପରି ବିଶ୍ୱ କପ୍‌ରେ ମାତିଲା ହେଉଛନ୍ତି ସର୍ବାଧିକ ରନ୍‌ ସ୍କୋର କରିବାରେ ଦ୍ୱିତୀୟ । ସେ ମୋଟ୍‌ ୭୮୫ ରନ କରି ବେଲିଣ୍ଡା କ୍ଲାର୍କଙ୍କ ପଛକୁ ଅଛନ୍ତି । ବେଲିଣ୍ଡା ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ୯୫୨ରନ ସ୍କୋର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.