ବଢିବ ତାତି: ଆଗାମୀ ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବଢୁଛି ତାତି । ଆଗାମୀ ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ । ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଆଗାମୀ ୩ରୁ ୪ ଦିନ ଯାଏ ରାଜ୍ୟକୁ ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ସମ୍ଭାବନା ରହିଛି ।

ଫଳରେ ରାଜ୍ୟରେ ୨ରୁ ୩ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୧୫ ଓ ୧୬ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଗତକାଲି ୩୭ ଡିଗ୍ରୀ ସେଲସିୟସ ଉପରେ ଥିଲା ୬ ସହର । ବୌଦ୍ଧରେ ସର୍ବାଧିକ ୩୭.୫ ଡିଗ୍ରୀ ସେଲସିୟସ ତାତି ରେକର୍ଡ କରାଯାଇଥିଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.