Below header

ଆଜି ହିଁ ଘରେ ବ୍ରେକଫାଷ୍ଟରେ ବନାନ୍ତୁ ଆଳୁ-ସୁଜିର ଟେଷ୍ଟି ଇଡ଼ଲି

ଆବଶ୍ୟକୀୟ ସାମଗ୍ରୀ

୨ଟି ଆଳୁ

୧ କପ ସୁଜି

ଅଧା କପ ଦହି

କଞ୍ଚାଲଙ୍କା

ଗୋଟିଏ ଇନୋ ପାଉଚ

ସୋରିଷ

ଭୃସଙ୍ଗ ପତ୍ର ଓ ଧନିଆ ପତ୍ର

ଆବଶ୍ୟକ ଅନୁସାରେ ତେଲ

ସ୍ୱାଦ ଅନୁସାରେ ଲୁଣ

Related image

ପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ଆଳୁ ଓ କଞ୍ଚାଲଙ୍କାକୁ ଧୋଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ସେଥିରେ ସୁଜି, ଦହି, ଲୁଣ ଓ କିଛି ପାଣି ଦେଇ ଭଲଭାବେ ଗୋଳାଇ ଦଶ ମିନିଟ ରଖିଦିଅନ୍ତୁ । ତାପରେ ଏହି ମିଶ୍ରଣକୁ ଦୁଇ ମିନିଟ ପର୍ଯ୍ୟନ୍ତ ଭଲଭାବେ ଗୋଳାନ୍ତୁ । ତାପରେ ଇଡ଼ଲି ମେକରରେ କିଛି ତେଲ ଲଗାଇ ଏକ ଚାମଚ ଲେଖାଏଁ ମିଶ୍ରଣକୁ ଭରି ଦିଅନ୍ତୁ ଆଉ ଏହାକୁ ଦଶ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ । କିଛି ସମୟପରେ ଏହାକୁ କାଢି ଏକ ପ୍ୟାନରେ କିଛି ତେଲ ଗରମ କରି ସେଥିରେ ସୋରିଷ ଓ ଭୃଷଙ୍ଗପତ୍ରର ଏକ ଛୁଙ୍କ ଲଗାନ୍ତୁ । ତାପରେ ଏହାକୁ ଇଡ଼ଲି ଉପରେ ପକାଇ ତା ଉପରେ କିଛି ଧନିଆପତ୍ର ଛିଞ୍ଚି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁ-ସୁଜି ଇଡ଼ଲି । ଗରମ ଗରମ ଏହାକୁ ଆପଣ ନଡ଼ିଆ ଚଟଣି ସହିତ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.