ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ଜିତେନ୍ଦ୍ର ସିଂହ, କେନ୍ଦ୍ରକୁ କଲେ ଟାର୍ଗେଟ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ଜିତେନ୍ଦ୍ର ସିଂହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ କାର୍ଯ୍ୟ କରୁଛି । ଦେଶରେ ମାନ୍ଦାବସ୍ଥା ଓ ବେରୋଜଗାର ବଢିଛି । ନିଯୁକ୍ତି ବଦଳରେ ଚାକିରିରୁ ଛଟେଇ ଚାଲିଛି । ମୋଦି ସରକାର ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଏହାପୂର୍ବରୁ ରାଜ୍ୟ କଂଗ୍ରେସ ଭବନରେ ଖୋର୍ଦ୍ଧା, କଟକ,ପୁରୀ, ଭୁବନେଶ୍ୱରର ସାଙ୍ଗଠନିକ ଜିଲ୍ଲାର ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ କଂଗ୍ରେସ କାହଁକି ନିଜର ଅସ୍ତିତ୍ୱ ହରାଉଛି ? କାହିଁକି ଲୋକମାନଙ୍କର ଆସ୍ଥା ଭାଜନ ହୋଇପାରୁନାହିଁ ? କିପରି ସଂଗଠନକୁ ଅଧିକ ମଜଭୁତ କରାଯିବ ତାହା ଉପରେ ଆଲୋଚନା କରାଯାଉଛି । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ସହ ବିଚାରବିମର୍ଶ କରିଛନ୍ତି । ଯୁବନେତାମାନଙ୍କୁ ଅଧିକ ପ୍ରଧାନ୍ୟ ଦେବା ପାଇଁ କର୍ମୀମାନେ ଦାବି କରିଛନ୍ତିି । ସେପଟେ କଂଗ୍ରେସ ଭବନ ବାହାରେ ପୂର୍ବତନ ଛାତ୍ରନେତା ଇତିଶ ପ୍ରଧାନ ଧାରଣାରେ ବସିଛନ୍ତି । ତାଙ୍କୁ ଅଗଣତାନ୍ତ୍ରୀଙ୍କ ପଦ୍ଧତିରେ ବହିଷ୍କାର କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.