Below header

ପରିସ୍ରାରେ ରକ୍ତ ପଡିବାର ପାଞ୍ଚଟି ମୁଖ୍ୟ କାରଣ, ଅଣଦେଖା କରନ୍ତୁ ନାହିଁ ନଚେତ ଭୋଗିବେ ଏହିସବୁ ସମସ୍ୟା

ପରିସ୍ରାରେ ରକ୍ତ ପ୍ରବାହ ହେବା ପୁରୁଷଙ୍କ ନିକଟରେ ଏକ ସାଧାରଣ କିନ୍ତୁ ଗମ୍ଭୀର ସମସ୍ୟା ଭାବେ ଦେଖାଯାଇଥାଏ। ଏହାକୁ ଅଣଦେଖା କଲେ ଭବିଷ୍ୟତରେ ଏହା ଅଧିକ ଭୟଙ୍କର ରୂପ ମଧ୍ୟ ନେଇପାରେ। ମେଡିକାଲ ଭାଷାରେ ଏହି ସମସ୍ୟାକୁ ହେମାଟ୍ୟୁରିୟା କୁହାଯାଏ। ସାଧାରଣତଃ ପରିସ୍ରା ଆସୁଥିବା ରାସ୍ତାରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ଦେଖାଯାଇଥାଏ। କିନ୍ତୁ ଏହା ବ୍ୟତିତ ଏହି ସମସ୍ୟାର ଆହୁରି ଅନେକ କାରଣ ମଧ୍ୟ ରହିଛି।ଆସନ୍ତୁ ଜାଣିବା କେଉଁ ସବୁ କାରଣ ଯୋଗୁଁ ପରିସ୍ରାରେ ରକ୍ତ ପଡିଥାଏ।

କ୍ୟାନ୍ସରର ଲକ୍ଷଣ:

ବ୍ରିଟେନରେ କିଡନିର କ୍ୟାନସର ବିଷୟରେ ଏକ ସଚେତନତା ସୃଷ୍ଟି କରିଥିବା ଜନସ୍ୱାସ୍ଥ୍ୟ ଇଂଲଣ୍ଡ କିଛି ବର୍ଷ ପୂର୍ବେ ଦାବି କରିଥିଲା ଯେ ପରିସ୍ରାରେ ରକ୍ତସ୍ରାବ କ୍ୟାନସର ରୋଗର ଲକ୍ଷଣ ହୋଇପାରେ।

କିଡନି ଏବଂ ମୁତ୍ରାଶୟରେ ପଥର:

ପରିସ୍ରାରେ ରକ୍ତ ପଡିବା ସମସ୍ୟା କିଡନି ଓ ମୁତ୍ରାଶୟରେ ପଥର ରହିଥିବା କାରଣରୁ ମଧ୍ୟ ହୋଇପାରେ। ପେଟରେ ଯନ୍ତ୍ରଣା ଓ ଦୁର୍ଗନ୍ଧ ପରିସ୍ରା ଏହାର ମୁଖ୍ୟ ଲକ୍ଷଣ।ଏହା ବ୍ୟତୀତ ବାନ୍ତି ହେବା ଓ ଅଣ୍ଟାର ତଳ ଭାଗରେ ଯନ୍ତ୍ରଣା ମଧ୍ୟ ଏହାର ଅନ୍ୟ ଲକ୍ଷଣ।

urine2

ମୁତ୍ରାଶୟରେ ସଂକ୍ରମଣ:

ମୁତ୍ରାଶୟରେ ସଂକ୍ରମଣ ଯୋଗୁଁ ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ। ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ଓ ପରିସ୍ରା କରିବା ସମୟରେ ପୋଡା ଜଳା ବା ଯନ୍ତ୍ରଣା ଅନୁଭବ ହେଉଛି ତେବେ ଆପଣଙ୍କ ପରିସ୍ରା ମାର୍ଗରେ ସଂକ୍ରମଣର ସମସ୍ୟା ହୋଇପାରେ।

ପ୍ରୋଟେଷ୍ଟ ଗ୍ରନ୍ଥିର ବୃଦ୍ଧି:

ପ୍ରୋଟେଷ୍ଟ ଗ୍ରନ୍ଥିର ବୃଦ୍ଧି ମଧ୍ୟ ଏହାର ଏକ ମୁଖ୍ୟ କାରଣ।ପ୍ରୋଟେଷ୍ଟ ଗ୍ରନ୍ଥି ମୃତ୍ରାଶୟ ତଳେ ଓ ମଳାଶୟର ସମ୍ମୁଖରେ ରହିଥାଏ।ଏହି ଗ୍ରନ୍ଥିର ବୃଦ୍ଧି ହେଲେ ପରିସ୍ରାରେ ପ୍ରବଳ ରକ୍ତ ବୋହିବା ସହିତ ଯନ୍ତ୍ରଣା ମଧ୍ୟ ହୋଇଥାଏ।
ଆପଣଙ୍କୁ ଯଦି ଏହି ସମସ୍ୟାର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାର୍ମଶ କରି ଚିକିତ୍ସା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.