ଡ୍ରଗ୍ସ ଲିଙ୍କରେ ଏନସିବି ହାତରେ ଧରାପଡିଲେ ଆଉଜଣେ ଅଭିନେତ୍ରୀ, ସିରିଅଲ ଦେବୋ କି ଦେବ ମହାଦେବ’ରେ ଆସିଛନ୍ତି ନଜର

ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଏନସିବି ପ୍ରତିଦିନ ଖୋଳତାଡ କରୁଛି। ମୁମ୍ୱାଇରେ ଡଗ୍ସ କନେକ୍ସନକୁ ନେଇ ଏନ୍ସିବିର ବଡ଼ କାର୍ଯ୍ୟାନୁଷ୍ଠାନ। ଏବେ ଏନସିବି ଜାଲରେ ପଡିଛନ୍ତି ଜଣେ ଟିଭି ଅଭିନେତ୍ରୀ। ଡ୍ରଗ୍ସ କିଣୁଥିବା ବେଳେ ଏନ୍ସିବି ଟିଭି ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଗିରଫ କରିଛି। ଏହି ଅଭିନେତ୍ରୀ ଟିଭି ସିରିଏଲ ‘ସାବଧାନ ଇଣ୍ଡିଆ’ ଓ ‘ଦେବୋ କି ଦେବ୍ ମହାଦେବ୍’ରେ ମଧ୍ୟ କାମ କରିଛନ୍ତି। ଏହି ଅଭିନେତ୍ରୀଙ୍କ ସହିତ ଏନସିବି ଆଉ ୬ ଜଣଙ୍କୁ ଗିରଫ କରିଛି।

ଅଭିନେତ୍ରୀ ପ୍ରୀତିକା ଜଣେ ଡ୍ରଗ ସପ୍ଲାୟର ଠାରୁ ଡ୍ରଗ ନେଉଥିବା ସମୟରେ ଧରାପଡିଥିଲେ। ଏନସିବି ଏହି ସମୟରେ ୧୦୦ ଗ୍ରାମର ମାରିଜୁଆନା (ଗଞ୍ଜେଇ) ଧରିଥିଲା। ଉଲ୍ଲେଖନୀୟ ଯେ, ଏନ୍ସିବି ଡ୍ରଗ୍ସ ଲିଙ୍କ୍ରେ ଥିବା ଲୋକଙ୍କୁ ଧରିବା ପାଇଁ ଚାରିଆଡ଼େ ଜାଲ ବିଛାଇଛି। ଆଉ ଅଫିସିଆଲି ଭାବେ ସାଦା ପୋଷାକରେ କିଛି ଅଫିସରଙ୍କୁ ବିଭିନ୍ନ ସ୍ଥାନ ( ବରସୋଭା, ମୁମ୍ୱାଇ )ରେ ମୁତୟନ କରିଛନ୍ତି। ୫ଜଣ ବ୍ୟକ୍ତି ଏହି ଅପରେସନରେ ଗିରଫ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.