ଟ୍ରାଡିସିନାଲ ଲୁକରେ “ମେରା ଦିଲ ଭି କିତନା ପାଗଲ ହେ”ରେ ଜବରଦସ୍ତ ଏକ୍ସପ୍ରେସନ ଦେଉଛନ୍ତି ହିନା ଖାନ, ଭାଇରାଲ ହେଉଛି ଭିଡିଓ

ଟେଲିଭିଜନ ଜଗତରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ସବୁଠି ହିନା ଖାନ ଖୁବ ଛାୟୀ ଯାଇଛନ୍ତି । କିନ୍ତୁ ଏବେକା ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଥିବାର ନଜର ଆସୁଛନ୍ତି ଏହି ସୁନ୍ଦରୀ ଚୁଲବୁଲି ଅଭିନେତ୍ରୀ । ଗତ ବର୍ଷ “ବିଗବସ”ର ପ୍ରତିଯୋଗୀ ଭାବରେ ହିନା ଚର୍ଚ୍ଚାରେ ରହୁଥିବା ବେଳେ ଏବେକା ସମୟରେ ନିଜ ଗ୍ଲାମରସ ଅନ୍ଦାଜକୁ ନେଇ ଲୋକଲୋଚନରେ ରହୁଛନ୍ତି । ଏହି ନିକଟରେ ହିନା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ପାରମ୍ପରିକ ବେଶଭୂଷାରେ ନଜର ଆସିଛନ୍ତି । ଆଉ “ମେରା ଦିଲ ଭି କିତନା ପାଗଲ ହେ” ଗୀତରେ ଜବରଦସ୍ତ ଏକ୍ସପ୍ରେସନ ଦେଉଥିବାର ନଜର ଆସିଛନ୍ତି । ଏଥିରେ ହିନା ଏକ ଗୋଲାପୀ ରଙ୍ଗର ସୁଟ ପିନ୍ଧିଥିବା ବେଳେ ଏଥିରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ପିଙ୍କସୁଟରେ କ୍ୟୁଟ ଏକ୍ସପ୍ରେସନ ମଧ୍ୟ ଦେଉଛନ୍ତି ।

 

View this post on Instagram

 

#FeelKaroReelKaro

A post shared by HK (@realhinakhan) on

ଆଉ ତାଙ୍କର ଏହି ଜବରଦସ୍ତ ଏକ୍ସପ୍ରେସନରେ ତାଙ୍କ ଫ୍ୟାନ୍ସ ମାନେ ବି ଖୁବ ଦିୱାନା ହୋଇଯାଇଛନ୍ତି । ଏହି ଭିଡିଓକୁ ବହୁ ସଂଖ୍ୟାରେ କମେଣ୍ଟ ମିଳିବା ସହ ଅନେକେ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । କହିରଖିବା ଉଚିତ ହେବକି, ହିନାଙ୍କ ଏହି ଅନ୍ଦାଜ ପ୍ରଥମ ଥର ପାଇଁ ନୁହେଁ । ଏହା ପୂର୍ବରୁ ନିଜ ଗ୍ଲାମରର୍ ଲୁକ ପାଇଁ ଅନେକ ଥର ଚର୍ଚ୍ଚାର ପରିସରକୁ ଆସିଥିଲେ । ବିଗବସ-14ରେ ସେ ସିନିୟର ଭାବରେ ପ୍ରବେଶ କରିଥିବା ବେଳେ ନାଗିନ-5ରେ ବି ନଜର ଆସିଥିଲେ । ଯେଉଁଥିରେ ଜବରଦସ୍ତ ଫରଫରମାନ୍ସ ଦେବା ସହ ତାଙ୍କ ଲୁକ ବି ଖୁବ ଆକର୍ଷଣୀୟ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.