Below header

ଦୁଇ ବର୍ଷ ହେବ ନିଜ ପୂର୍ବ କର୍ମଚାରୀଙ୍କୁ ୫୩ ହଜାର ଟଙ୍କା ଦେଉ ନାହାନ୍ତି ଅଭିନେତ୍ରୀ ଶ୍ୱେତା ତିୱାରୀ, ହ୍ଵାଟ୍ସଆପରେ ବି କରିଛନ୍ତି ବ୍ଲକ

ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଉପରେ ତାଙ୍କ ପୂର୍ବତନ କର୍ମଚାରୀ ରାଜେଶ ପାଣ୍ଡେ ଅଭିଯୋଗ ଆଣିଛନ୍ତି । ତେବେ ସେ ଅଭିଯୋଗ କରିଛନ୍ତି ଯେ ଶ୍ୱେତା ତାଙ୍କୁ ଦୁଇ ବର୍ଷ ଧରି ୫୩,୦୦୦ ଟଙ୍କା ଦେଇ ନାହାଁନ୍ତି । ସେ ତାଙ୍କୁ ଅନେକ ପ୍ରକାରେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଶ୍ୱେତା ତାଙ୍କୁ ହ୍ଵାଟ୍ସଆପରେ ମଧ୍ୟ ବ୍ଲକ କରିଛନ୍ତି ।

ଶ୍ୱେତା ତିୱାରୀଙ୍କର ଏକ ଆକ୍ଟିଙ୍ଗ ଇନଷ୍ଟିଚ୍ୟୁଟ ଥିଲା ଯେଉଁଥିରେ ରାଜେଶ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୮ ରେ ଏହି ଅନୁଷ୍ଠାନ ବନ୍ଦ ହୋଇଥିଲା ସେତେବେଳେ ରାଜେଶଙ୍କର ୫୩ ହଜାର ଟଙ୍କା ପାଇବାକୁ ଥିଲା । ସେତେବେଳେ ଶ୍ୱେତା ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଏହି ପେମେଣ୍ଟ ଶୀଘ୍ର କରାଯିବ କିନ୍ତୁ ଦୁଇ ବର୍ଷ ବିତିଗଲାଣି ଏବଂ ରାଜେଶ ମାଗି ମାଗି ଥକି ଗଲେଣି ।

ରାଜେଶଙ୍କ କହିବା ଅନୁଯାୟୀ ୨୦୧୨ରେ ସେ ଶ୍ୱେତା ତିୱାରୀ କ୍ରିଏଟିଭ୍ ସ୍କୁଲ୍ ଅଫ୍ ଆକ୍ଟିଂରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନରେ ୧୫ ରୁ ୨୦ ଜଣ ଛାତ୍ର ଥିଲେ କିନ୍ତୁ ୨୦୧୮ରେ ଯେତେବେଳେ ଏହି ଇନଷ୍ଟିଚ୍ୟୁଟରେ କେହିବି ରହିଲେ ନାହିଁ ସେତେବେଳେ ଶ୍ୱେତା ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ରାଜେଶଙ୍କ ଅନୁଯାୟୀ ସେ ଶ୍ୱେତାଙ୍କୁ ସମ୍ମାନ କରନ୍ତି କିନ୍ତୁ ଟଙ୍କା ବଦଳରେ ଟଙ୍କା ହିଁ କାମରେ ଆସେ । ଏହି ସଙ୍କଟ ସମୟରେ ତାଙ୍କ ପରିବାର ଚଳାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ ଏବଂ ସେ ଚାହୁଁଛନ୍ତି ଯେ ଶ୍ୱେତା ତାଙ୍କୁ ଯେତେ ଶୀଘ୍ର ତାଙ୍କ ଟଙ୍କା ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.