ଅମିତାଭଙ୍କ ନାତି କଲେ ଇନଷ୍ଟାଗ୍ରାମରେ ଡେବ୍ୟୁ, ସୁହାନା ଦେଲେ ଏମିତି କମେଣ୍ଟ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ନିକଟରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି। ଅଗସ୍ତ୍ୟା ଇନଷ୍ଟାଗ୍ରାମରେ ଆସିବା ତାଙ୍କ ସାଙ୍ଗ ତଥା ଶାହରୁଖ ଖାନଙ୍କ ଝିଅ ସୁହାନ କମେଣ୍ଟ କରିଛନ୍ତି। ସୁହାନାଙ୍କ ଏହି କମେଣ୍ଟ ସେଣ୍ଟର ଅଫ୍ ଆଟ୍ରାକସନ୍ ପାଲଟିଛି।

ସୁହାନା ପୋଷ୍ଟ କରି ଲେଖିଛନ୍ତି, Unfollowing। ଅଗସ୍ତ୍ୟା ନିଜର ଏକ ଫଟୋ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ଉପରେ ଅଭିଷେକ ବଚ୍ଚନ, ଆଲିଆ ଭଟ୍ଟ ଲାଇକ୍ ମଧ୍ୟ କରିଛନ୍ତି। ଫଟୋରେ ଅଗସ୍ତ୍ୟା ଏକ ଓପନ ରେଷ୍ଟୁରାଣ୍ଟରେ ବସିଥିବାର ଦେଖିବାକୁ ମିଳୁଛନ୍ତି। ସୁହାହାନ ଓ ଅଗସ୍ତ୍ୟାଙ୍କ ବିଷୟରେ ଯଦି କଥା ହେବା ତେବେ ଦୁହେଁ ଖୁବ୍ ଭଲ ସାଙ୍ଗ। ସୁହାନା ଓ ଅଗସ୍ତ୍ୟାଙ୍କ ଫଟୋ ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାଏ। ସୁହାନା ବହୁବାର ଅଗସ୍ତ୍ୟାଙ୍କ ସହିତ ଫଟୋ ମଧ୍ୟ ସେୟାର କରିଥାନ୍ତି।

 

View this post on Instagram

 

A post shared by Agastya Nanda (@agastya.nanda) on

ଅଗସ୍ତ୍ୟାଙ୍କ ବିଷୟରେ ଯଦି କଥା ହେବା ତେବେ ସେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତି। ଶ୍ବେତା ବଚ୍ଚନ ଓ ନିଖିଲ ନନ୍ଦାଙ୍କର ପୁଅ। ୨୦୧୮ରେ ଅଗସ୍ତ୍ୟା ଏକ ସର୍ଟ ଫିଲ୍ମ ତିଆରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.