ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟରେ ମାଓ କ୍ୟାମ୍ପ ଧ୍ୱଂସ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟରେ ମାଓ କ୍ୟାମ୍ପ ଧ୍ୱଂସ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ପାପରମେଟଲା ଥାନା ଅନ୍ତର୍ଗତ ଭିମାରାମ ରିଜର୍ଭ ଫରେଷ୍ଟର ଗୁନାମାମୁଡି ଜଙ୍ଗଲରେ ଏସଓଜି, ଡିଭିଏଫ, ବିଏସଏଫ ଓ ଆନ୍ଧ୍ର ପୋଲସର ସ୍ୱତନ୍ତ୍ର ଟିମ ପକ୍ଷରୁ ମିଳିତ ଅଭିଯାନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳରେ ମାଓବାଦୀମାନେ ଗୁଳି ମାଡ଼ କରିବାରୁ ସୁରକ୍ଷାବାହିନୀ ପାଲଟା ଜବାବ ଦେଇଥିଲା । ମାଓବାଦୀମାନେ ଚମ୍ପଟ ମାରିବା ପରେ ଘଟଣାସ୍ଥଳରୁ ଆଇଡି, ଡିଟୋନେଟର, ଗୁଳି, ମ୍ୟାଗଜିନ ଆଦି ବିସ୍ଫୋରକ ସାମଗ୍ରୀ ସମେତ ମାଓ ପୋଷାକ, କିଟ୍‌ ବ୍ୟାଗ, ପ୍ରଚାର ପତ୍ର ଆଦି ଜବତ ହୋଇଛି ।

ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି କ୍ୟାଡରମାନେ ଆଡ୍ଡା ଜମାଇଥିଲେ ବୋଲି କୁହାଯାଉଛି । ଗୁଳି ବିନିମୟ ବେଳେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ଅରୁଣ ଆନ୍ଧରୁ ଏବଂ ଆନ୍ଧ୍ରର ପେଦାବାୟଲୁ ଡିଭିଜନର ସାନ୍ତା ସୁଧିର ଖସି ପଳାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.