Below header

ଆଖିର ପାଓ୍ଵାର ବଢ଼ାଇବା ପାଇଁ ନିୟମିତ ଖାଆନ୍ତୁ ଗାଜର, ଦୈନିକ ଗୋଟିଏ ଗ୍ଲାସ୍‌ ଜୁସ୍‌ ଯଥେଷ୍ଟ

ଆଖି ଆମ ଶରୀରର ସବୁଠୁ ଜରୁରୀ ତଥା କୋମଳ ଅଙ୍ଗ। ଆଜିକା ସମୟରେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା, ମୋବାଇଲ୍‌ ଫୋନ୍‌ରେ ଗେମ୍‌ ଖେଳିବା, ଫିଲ୍ମ ଦେଖିବା, ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଖାଦ୍ୟପେୟ ଉପରେ ଧ୍ୟାନ ନ ରଖିବା ଆଦି କିଛି କାରଣ ଯୋଗୁ ଆଖି ଦୁର୍ବଳ ହୋଇଯାଇଥାଏ। ଯଦି ଆପଣ ଆଖିକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତା’ହେଲେ ଖାଦ୍ୟପେୟରେ ଏମିତି କିଛି ଜିନିଷ ସାମିଲ କରନ୍ତୁ, ଯଦ୍ଦ୍ଵାରା ଆଖିର ଉଜ୍ଜ୍ୱଳତା ବଢ଼ିପାରିବ। ଆଜି ଆମେ ଆପଣଙ୍କୁ ଏମିତି ୫ଟି ଜିନିଷ ବିଷୟରେ କହିବୁ, ଯାହାକୁ ସେବନ କଲେ ଆଖି ଦୁର୍ବଳ ହେବାଠୁ ବର୍ତ୍ତିପାରିବ।

୧. ଭଲ ସ୍ୱାସ୍ଥ୍ୟ ପାଇଁ ସବୁଜ ପତ୍ରଯୁକ୍ତ ପରିବା ସେବନ କରିବା ବହୁତ ଜରୁରୀ। ଏଥିରେ ଆଇରନ ଏବଂ ଭିଟାମିନ୍‌ ଭରପୂର ମାତ୍ରାରେ ରହିଥାଏ। ଆଖିର ଉଜ୍ଜ୍ୱଳତା ବଢ଼ାଇବା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଏହି ଦୁଇଟି ଯାକ ଜରୁରୀ ହୋଇଥାଏ।

୨. ଆଖି ଯେପରି ଦୁର୍ବଳ ନ ହେବ, ସେଥିପାଇଁ ଡ୍ରାଏ ଫ୍ରୁଟ୍‌ସ ଏବଂ ନଟ୍‌ସ ଅଧିକ ମାତ୍ରାରେ ସେବନ କରନ୍ତୁ। ଏଥିରୁ ଭିଟାମିନ୍‌-ଇ ଭରପୂର ମାତ୍ରାରେ ମିଳିଥାଏ, ଯାହାକି ଆଖିର ପାଓ୍ଵାରକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

୩. ଗାଜର ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍‌-ସି ପ୍ରଚୁର ମାତ୍ରାରେ ରହିଛି। ଆଖିର ପାଓ୍ଵାର ବଢ଼ାଇବା ପାଇଁ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ୍‌ ଗାଜର ଜୁସ୍‌ ପିଇବା ଉଚିତ।

୪. ସୋୟାବିନ୍‌ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ, ଯାହାକି ଆଖି ପାଇଁ ନିହାତି ଜରୁରୀ।

୫. ଆଖିକୁ ସୁସ୍ଥ ରଖିବା ପାଇଁ ଅଣ୍ଡା ବହୁତ ଲାଭଦାୟକ ହୋଇଥାଏ। ଅଣ୍ଡା ପୋଷକ ତତ୍ତ୍ୱରେ ଭରପୂର ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.