ଘର ଭିତରେ ରଖିଲେ ଏ ଜିନିଷ ଆପଣଙ୍କୁ କରିଦେଇପାରେ କାଙ୍ଗାଳ ,ଜାଣନ୍ତୁ କ’ଣ କହୁଛି ବାସ୍ତୁ ଶାସ୍ତ୍ର

ବାସ୍ତୁ ଅନୁସାରେ ଘରେ ରଖିଥିବା କିଛି ଜିନିଷ ସକରାତ୍ମକ ପ୍ରଭାବ ପକାଉଥିବା ବେଳେ ଅନ୍ୟ କିଛି ଜିନିଷ ଆପଣଙ୍କୁ କାଙ୍ଗାଳ କରିଦେଇପାରେ | କଠିନ ପରିଶ୍ରମ କଲାପରେ ମଧ୍ୟ ଘରେ ଧନ ଓ ସୁଖ ଶାନ୍ତି ଆସୁନାହିଁ ତାହେଲେ ଏସବୁ ବାସ୍ତୁ ଦୋଷ କାରଣରୁ ହୋଇଥାଇ ପାରେ | ଘର ସଜାଇବା ପାଇଁ କେତେ ପ୍ରକାର ଜିନିଷର ବ୍ୟବହାର କରାଯାଇ ଥାଏ |

କିନ୍ତୁ କିଛି ଜିନିଷ ଘରେ ବାସ୍ତୁ ଦୋଷ ଆଣି ଥାଇପାରେ | ଯଦି ଆପଣ ଘରେ ଯୁଦ୍ଧ ସମ୍ବନ୍ଧୀୟ ଛବି ରଖିଛନ୍ତି ,ତେବେ ତୁରନ୍ତ ତାହାକୁ ଘରୁ ବାହାର କରି ଦିଅନ୍ତୁ | ଘରେ ମହାଭାରତ ଯୁଦ୍ଧ ସଂବନ୍ଧୟ ଛବି ଲଗାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ |

ship
photo credit: abplive.com

  ଘରେ କଣ୍ଟା ଗଛ ଲଗାନ୍ତୁ ନାହିଁ | ଗୋଲାପ ବ୍ୟତୀତ ଅନ୍ୟ କିଛି ବି କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ | ଏହା ଦ୍ୱାରା ନକରାତ୍ମକତା  ଆସିଥାଏ |

–  ଘରେ ଏମିତି ଛବି ଭୁଲରେ ବି ନ ଲଗାନ୍ତୁ ,ଯାହା ଆପଣଙ୍କ ଭିତରେ ଉଦାସୀ ଆଣି ଦେବ | ଘରେ ବିନା ଫୁଲ ବା ବିନା ଫଳ ଗଛର ଚିତ୍ର,ବୁଡି ଯାଉଥିବା ଜାହାଜ ବା ଡ଼ଙ୍ଗା ,ତଲଵାର ଲଢେଇର ଚିତ୍ର,  ଶିକାରର ଚିତ୍ର ,ବନ୍ଧା ଯାଇଥିବା ହାତୀ ମାନଙ୍କର ଚିତ୍ର ଏବଂ କାନ୍ଦୁଥିବା ବ୍ୟକ୍ତିର ଚିତ୍ର ଭୁଲ୍ ରେ ବି ଲଗାନ୍ତୁ ନାହିଁ |

–  ବାସ୍ତୁ ଜାଣିଥିବା ଲୋକେ ମାନନ୍ତି ଯେ ଘରେ ତାଜମହଲ ର ଚିତ୍ର କିମ୍ବା ସୋ ପିସ ରଖିବା କଥା ନୁହେଁ | ଏହା ଏକ ସମାଧି ଯାହାକୁ ଘରେ ରଖିବା ଦ୍ୱାରା ଏ ଆମର ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ |

  ଘରେ ନଟରାଜ ର ଚିତ୍ର ରଖନ୍ତୁ ନାହିଁ | ଏହା ଏକ ବ୍ରହ୍ମାଣ୍ଡିୟ ନର୍ତକ ରୂପରେ ଶିବଙ୍କର ଛବି ଅଟେ | ବାସ୍ତୁ ଅନୁସାରେ ଏହାକୁ ବିନାଶର ପ୍ରତୀକ ମନାଯାଇଥାଏ | ଏଥିପାଇଁ ଘରେ ନଟରାଜ ର ସୋପିସ କିମ୍ବା ଚିତ୍ର ଲଗାନ୍ତୁ ନାହିଁ |

Leave A Reply

Your email address will not be published.