Below header

ବାସ୍ତୁ ଟିପ୍ସ : ପୂର୍ବ ଦିଗରେ ସିଡ଼ି ନିର୍ମାଣ କଲେ ହୋଇଥାଏ ଏପରି କ୍ଷତି, ଜାଣନ୍ତୁ

ଘର ର ସୁଖ ଶାନ୍ତି ରେ ବାସ୍ତୁ ଶାସ୍ତ୍ରର ଭୂମିକା ଗୁରୁତ୍ୱପୂର୍ଣ | ଘର ର ପ୍ରତିଟି ଜିନିଷ ବା ନିର୍ମାଣ ବ୍ୟବସ୍ଥିତ ବା ଠିକ ଢଙ୍ଗ ରେ ଥିଲେ ଘରେ ସୁଖ ଶାନ୍ତି ରହିଥାଏ, ଏହା ଵାସ୍ତୁ ଶାସ୍ତ୍ର କହେ | ବିଶ୍ୱାସ ରହିଛି ବାସ୍ତୁ ଦୋଷ ଥିଲେ ଘରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଯାଇଥାଏ | ତେଣୁ ଘର ନିର୍ମାଣ ବେଳେ ବାସ୍ତୁ ଉପରେ ଧ୍ୟାନ ଦେବା ଜରୁରୀ | ଆଜି ଆସନ୍ତୁ ଜାଣିବା ଘର ର ସିଡ଼ି ପୂର୍ବ ଦିଗରେ ଥିଲେ କଣ ହୋଇଥାଏ କ୍ଷତି |

ପୂର୍ବ ଦିଗରେ ଭଗବାନ ସୂର୍ଯ୍ୟଦେବ ଦର୍ଶନ ଦେଇଥାନ୍ତି | ମନ୍ଦିର ନିର୍ମାଣ ପାଇଁ ପୂର୍ବ ଓ ଉତ୍ତର ଦିଗ ଚୟନ କରା ଯାଇଥାଏ | କାରଣ ଏହି ଦିଗ ଶୁଭ ହୋଇଥାଏ | ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାଇ ପୂର୍ବ ଦିଗ ରେ ସିଡ଼ି ନିର୍ମାଣ କେବେ ବି କରିବା କଥା ନୁହେଁ |

stair
photo credit: Elle Decor

ଘର ର ପୂର୍ବ ଦିଗ ରେ ସିଡ଼ି ନିର୍ମାଣ କଲେ ଘର ର ସୁଖ ଶାନ୍ତି ଉପରେ ଓଲଟା ପ୍ରଭାବ ପଡି ଥାଏ | ଖାଲି ସେତିକି ନୁହେ ଘର ର ସଦସ୍ୟଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ |

ପରିବାର ଲୋକଙ୍କୁ ମିଳିବାକୁ ଥିବା ସୁଯୋଗ ମଧ୍ୟ ଧିରେ ଧିରେ ହାତରୁ ଚାଲି ଯାଇଥାଏ | ଏହା ଛଡ଼ା ପୂର୍ବ ଦିଗରେ ସିଡ଼ି ଥିଲେ ଏହା ହୃଦୟ ରୋଗର କାରଣ ମଧ୍ୟ ହୋଇ ଥାଏ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.