Below header

WHO ର ଚେତାବନୀ : ଦୀର୍ଘ ସମୟ ବସି କାମ କରୁଥିବା ଲୋକଙ୍କୁ ହାର୍ଟ ଆଟାକ ଆଶଙ୍କା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ ଦୀର୍ଘ ସମୟ ଧରି କାମ କରୁଥିବା ବ୍ୟକ୍ତିଙ୍କୁ ହୃଦ ରୋଗ ଏବଂ ଷ୍ଟ୍ରୋକ୍‌ ର ବହୁତ ସମ୍ଭାବନା ଥାଏ । ଏହି କାରଣରୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ ।

work pressure
photo credit: aajtak.in

୨୦୧୬ ରେ ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ମଧ୍ୟରେ ହୃଦ ରୋଗ କାରଣରୁ ୭,୪୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟ ଏନଭାଇରନମେଣ୍ଟ ଇଣ୍ଟରନେସନାଲ୍‌ ରେ ପ୍ରକାଶିତ WHO ଓ ଲେବର ଅର୍ଗାନାଇଜେସନ ଷ୍ଟଡି ଅନୁଯାୟୀ ପ୍ରକାଶ ପାଇଛି ।

work pressure.
photo credit: aajtak.in

କରୋନା କାରଣରୁ ବର୍ଷେ ହେବ ଅଧିକାଂଶ ଲୋକ ‘ଓ୍ଵାର୍କ ଫ୍ରମ୍‌ ହୋମ’ ବା ଘରୁ କାମ କରୁଛନ୍ତି । ଏହି ରିପୋର୍ଟ ଅନୁଯାୟୀ ୪୫ ରୁ ୭୪ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ଯେଉଁମାନେ ସପ୍ତାହକୁ ୫୫ ଘଣ୍ଟା ବା ଏହାଠାରୁ ଅଧିକ କାମ କରୁଛନ୍ତି ସେମାନଙ୍କ ଠାରେ ୭୨ % ହାର୍ଟ ଆଟାକ ଭୟ ଥାଏ ।

ଆଜିକାଲି କେବଳ ଅଧିକ ସମୟ କାମ କରୁନାହାଁନ୍ତି କାମ ସମୟରେ ଅଧିକ ଚାପ ରହୁଛି । ଯାହା ଫଳରେ ଏହି ଲୋକମାନଙ୍କୁ ଅଧିକ ହାର୍ଟ ଆଟାକ ଭୟ ଥାଏ ବୋଲି ଏହି ତଥ୍ୟରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.