Below header

ପାକିସ୍ତାନ: ପୋଲିସ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣ, ୮ ପୋଲିସ ସମେତ ୧୦ ମୃତ

ପାକିସ୍ତାନର ଏକ ପୋଲିସ ଷ୍ଟେସନରେ ଆତ୍ମଘାତି ବିସ୍ଫୋରଣ ।ବିସ୍ଫୋରଣରେ ୧୦ ଜଣଙ୍କ ମୃତ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ପୋଲିସ କର୍ମୀ ଥିବା ସୂଚନା । ୨୦ ଜଣ ଆହତ ହୋଇଛନ୍ତି ।

ନୂଆଦିଲ୍ଲୀ : ପାକିସ୍ତାନର ଏକ ପୋଲିସ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣ । ଉତ୍ତର ପାକିସ୍ତାନ ସ୍ୱାତ ଅଞ୍ଚଳର କାବଲ ସହରରେ ଭୟଙ୍କର ବୋମା ବିସ୍ଫୋରଣ । ସୋମବାର ରାତି ପ୍ରାୟ ୧୧ଟାରେ ବିସ୍ଫୋରଣ ହୋଇଛି। କାବଲ ସହରସ୍ଥିତ ଏକ ପୋଲିସ ଷ୍ଟେସନ୍‌ରେ ବୋମା ବିସ୍ଫୋରଣରେ ୧୦ ଜଣଙ୍କ ମୃତ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ପୋଲିସ କର୍ମୀ ଥିବା ସୂଚନା । ୨୦ ଜଣ ଆହତ ହୋଇଛନ୍ତି ।

ଖାଇବର ପାଖତୁନଖ୍ବାର ପୋଲିସ ବିଭାଗର ଆଇଜି ଅଖତର ହାୟତ ଖାନ କହିଛନ୍ତି ଯେ, ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ଆତ୍ମଘାତି ଆକ୍ରମଣ ନୁହେଁ। ତେବେ ବିସ୍ଫୋରଣର କାରଣ ଖୋଜା ଚାଲିଛି। ବିସ୍ଫୋରଣ ସ୍ଥାନରୁ ଗୁଳି ଓ ମୋର୍ଟାଲ ଜବତ କରାଯାଇଛି। କିନ୍ତୁ କୌଣସି ଗୁଳି ବିନିମୟ ହୋଇନାହିଁ। କୋଠାଟି ଭୁଷୁଡିଯିବା ଫଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଘଟଣା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି।

ସେପଟେ ମୁଖପାତ୍ର କହିଛନ୍ତି, “ସେଠାରେ ଏକ ଦୋକାନ ଥିଲା ଯେଉଁଠାରେ ପ୍ରଚୁର ପରିମାଣର ଅସ୍ତ୍ରଶସ୍ତ୍ର ଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବିଶ୍ୱାସ କରୁଛନ୍ତି ଯେ କିଛି ଅସାବଧାନତା ଯୋଗୁଁ ଏଥିରେ କିଛି ବିସ୍ଫୋରଣ ହୋଇପାରେ” ଏବଂ ସେ କହିଛନ୍ତି, “ଆମେ ଆମର ସମସ୍ତ ବିକଳ୍ପ ଖୋଲା ରଖି କାର୍ଯ୍ୟ କରୁଛୁ। ଚିକିତ୍ସା ପାଇଁ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.