ଅନ୍ଧାରରେ ଆରଡ଼ି ପୀଠ: ଗତକାଲି ରାତି ୧୧ଟାରୁ ବିଦ୍ୟୁତ ସେବା ବନ୍ଦ

ନଅ ଘଣ୍ଟା ହେଲା ଅନ୍ଧାରରେ ଆରଡ଼ି ପୀଠ। ଗତକାଲି ରାତି ୧୧ଟା ଠାରୁ ବିଦ୍ୟୁତ ସେବା ବନ୍ଦ ଅଛି ଆରଡ଼ି ଓ ପହଣା ଅଂଚଳରେ। ବିଦ୍ୟୁତ କାଟ ଯୋଗୁ ପାଇପ ପାଣି ଯୋଗାଣ ମଧ୍ୟ ବନ୍ଦ ରହିଛି।

ଚାନ୍ଦବାଲି (କେନ୍ୟୁଜ): ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତି ଦିନକୁ ଦିନ ବୃଦ୍ଧି ପାଉଛି । ସାଧାରଣ ମଣିଷ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ବିଜୁଳି କାଟ ଜନସାଧାରଣଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ସେପଟେ ନଅ ଘଣ୍ଟା ହେଲା ଅନ୍ଧାରରେ ଆରଡ଼ି ପୀଠ। ଗତକାଲି ରାତି ୧୧ଟା ଠାରୁ ବିଦ୍ୟୁତ ସେବା ବନ୍ଦ ଅଛି ଆରଡ଼ି ଓ ପହଣା ଅଂଚଳରେ। ବିଦ୍ୟୁତ କାଟ ଯୋଗୁ ପାଇପ ପାଣି ଯୋଗାଣ ମଧ୍ୟ ବନ୍ଦ ରହିଛି। ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ। । ଅନ୍ୟ ଦିନ ତୁଳନାରେ ଗ୍ରୀଷ୍ମ ଋତୁରେ ବିଜୁଳିର ଆବଶ୍ୟକତା ଟିକେ ଅଧିକ ଥାଏ। କିନ୍ତୁ ବିଜୁଳିର ଲୁଚକାଳି ଜୀବନକୁ ଦୁର୍ବିସହ କରିଦେଉଛି।

ଅନ୍ୟପଟେ ଗତକାଲି ଶକ୍ତିମନ୍ତ୍ରୀ କହିଥିଲେ ଯେ -ରାଜ୍ୟରେ ପାୱାର କଟ ହେଉନି । ଓଭରଲୋଡିଂ ପାଇଁ ପାୱାର ଟ୍ରିପ୍ କରିଯାଉଛି । ରାଜ୍ୟରେ ଇଲେକ୍ଟ୍ରିକସିଟି ସପ୍ଲାଏର ଅଭାବ ନାହିଁ । ଗୋଟିଏ ଥର ଲାଇନ୍ ଟ୍ରିପ୍ କରିଗଲେ, ତାକୁ ଠିକ୍ କରିବା ପାଇଁ ୬ ରୁ ୭ଘଣ୍ଟା ଲାଗୁଛି । ଗ୍ରାମାଞ୍ଚଳରେ ଏହି ସମୟ ଟିକେ ଅଧିକ ନେଉଛି । ଲୋକମାନଙ୍କୁ କିଭଳି ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇ ହେବ ସେ ନେଇ ପ୍ରୟାସ ଜାରି ରହିଛି । ଯେଉଁ ସ୍ଥାନରେ ତାର ଛିଣ୍ଡି କିମ୍ବା ଟ୍ରାନ୍ସଫର୍ମର ପୋଡ଼ି ଲାଇନ କଟିଯାଉଛି, ସେଭଳି ସ୍ଥାନକୁ ଯାଇ ସସମ୍ୟାର ସମାଧାନ ପାଇଁ ତାଗିଦ୍ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.