ଆଜିଠାରୁ ଆରମ୍ଭ ହେଉଛି କେଦାରନାଥ ଯାତ୍ରା, ସକାଳ ୬ଟା ୨୦ରେ ଖୋଲିଲା କପାଟ

ଖୋଲିଲା ବାବା କେଦାରନାଥଙ୍କ ଦ୍ୱାର । ମନ୍ଦିରକୁ ପ୍ରାୟ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। କେଦାରନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ହର ହର ମହାଦେବ ଏବଂ ବମ୍‌ ବମ୍‌ ଭୋଲେ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ।

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଖୋଲିଲା କେଦାରନାଥଙ୍କ ଦ୍ୱାର। ସକାଳ ୬ଟା ୨୦ରେ ଖୋଲିଥିଲା ଦ୍ୱାର। ଏହାପରେ ଆରମ୍ଭ ହୋଇଛି ବାବାଙ୍କ ଦର୍ଶନ। ମନ୍ଦିରକୁ ପ୍ରାୟ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। କେଦାରନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ହର ହର ମହାଦେବ ଏବଂ ବମ୍‌ ବମ୍‌ ଭୋଲେ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ଗତକାଲି ତୁଷାରପାତ ମଧ୍ୟରେ ଉତ୍ସବ ଡୋଲି କେଦାରନାଥରେ ପହଞ୍ଚିଥିଲା।

ଖବର ଅନୁଯାୟୀ, ପ୍ରବଳ ଥଣ୍ଡା କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା । ପୁଣି ଥରେ ବାବା କେଦାରନାଥଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ତେବେ ପଦଯାତ୍ରା ସହ ଶ୍ରଦ୍ଧାଳୁମାନେ ହେଲିକପ୍ଟରରେ ମଧ୍ୟ ଯାତ୍ରା କରିପାରିବେ ।

ଏହା ବ୍ୟତୀତ ଭକ୍ତଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ଅନ୍ୟତମ । ଶୀତଋତୁରେ ମନ୍ଦିରର ସମସ୍ତ ବାଟ ବରଫପାତ ଯୋଗୁ ବନ୍ଦ ହୋଇଯାଉଥିବାରୁ ଭକ୍ତ ଉତ୍କଣ୍ଠା ସହ କେଦାରନାଥ ଯାତ୍ରାକୁ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଲୋକ ବୁକିଂ କରିଥିବା ଜଣାପଡିଛି । କେଦାରନାଥ ଯାତ୍ରା ସହ ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି ।