Below header

ଦୋକାନ ଭିତରେ ପଶି 30 ଲିଟର ମଦ ପିଇଗଲେ ଦୁଇ ହାତୀ, ମାତାଲ ହୋଇ କଲେ ଏଭଳି କାଣ୍ଡ, ଦେଖନ୍ତୁ ଭିଡିଓ

ଦକ୍ଷିଣ ପଶ୍ଚିମ ଚୀନର ୟୁନାନ ଅଞ୍ଚଳରେ ଥିବା ଏକ ଗାଁରେ 14ଟି ହାତୀ ଏକ ମଦ ଶୋରୁମ ଭିତରେ ପଶିଯାଇଥିଲେ। ହାତୀ ଦଳ ଏଠାରେ ଉତ୍ପାତ ସୃଷ୍ଟି କରିବା ସହ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ଏପରିକି ଦୁଇ ହାତୀ ସେଠାରେ ମହଜୁଦ ଥିବା 30 ଲିଟର ମକା ମଦକୁ ବି ପିଇଯାଇଥିଲେ । ମଦ ପିଇ ସାରିବା ପରେ ସେମାନେ ଜଙ୍ଗଲ ଆଡକୁ ପଳାଇ ଯାଇଥିଲେ । ଏହାପରେ ଏହି ହାତୀ ଦଳ ଚା ବଗିଚାରେ ପହଞ୍ଚିଥିଲେ । ଚା ବଗିଚାରେ ମଦୁଆ ହାତୀ ଦୁଇଟି ନିଜର ସନ୍ତୁଳନ ହରାଇ ବସିଥିଲେ । କିଛି ସମୟ ପରେ ଦୁହେଁ ସେଠାରେ ହିଁ ଶୋଇପଡ଼ିଥିଲେ ।

klll

ଏହି ପୂରା ଘଟଣା ଗାଁରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା, ଯାହାକି ଏବେ ଭାଇରଲ ହେଉଛି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ମଦୁଆ ହାତୀଙ୍କ ଏହି ଫଟୋକୁ 1 ଲକ୍ଷ 40 ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.