Below header

ପ୍ରବଳ ବର୍ଷାରେ ମୁମ୍ବାଇରେ କାନ୍ଥ ଭୁଷୁଡିବା ଘଟଣା: ମୃତ୍ଯୁସଂଖ୍ଯା ୧୭କୁ ବୃଦ୍ଧି

ମୁମ୍ବାଇ(କେନ୍ଯୁଜ୍): ପ୍ରବଳ ବର୍ଷାରେ ବେହାଲ୍‌ ମୁମ୍ବାଇ। କାନ୍ଥ ଭୁଷୁଡି ୧୭ ମୃତ। ଆହତ ୧୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୀଷଣ ବର୍ଷା ଯୋଗୁଁ ଚେମ୍ବୁର ଅଞ୍ଚଳରେ ଥିବା ବସ୍ତି ଉପରେ କାନ୍ଥ ପଡିଯିବାରୁ ୧୭ ଜଣଙ୍କ ଜୀବନ ଯାଇଛି। ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତକଙ୍କ ସଂଖ୍ୟା ବଢିବା ସନ୍ଦେହ କରାଯାଉଛି। ଲ୍ୟାଣ୍ଡସ୍ଲାଇଡ୍‌ ଯୋଗୁଁ ଏହି ଅଘଟଣ ଘଟିଛି।

ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ରାତିରେ ପ୍ରବଳ ବର୍ଷା ହୋଇଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ପରିସ୍ଥିତି ମୁକାବିଲା ପାଇଁ ମୁମ୍ବାଇ ମହାନଗର ନିଗମର କର୍ମଚାରୀ ମୁତୟନ ଅଛନ୍ତି। ରେଳ ଧାରଣା ଉପରେ ବି ପାଣି ଜମିରହିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.