Below header

ଛୁରୀ ଭୁସି ମାରିଦେବା ପରେ ପୁଅର ପ୍ରଳାପ, ମା’କୁ ଆଜି ମୁକ୍ତି ଦେଇ ଦେଲି

ନୂଆଦିଲ୍ଲୀ : ପୁଅଟିଏ ପାଇବା ପାଇଁ ମା’ କରିଥାଏ କେତେ ଓଷା ବ୍ରତ । ନିଜେ ଭୋକ ଉପାସରେ ରହି ଭରିଥାଏ ପୁଅର ପେଟ । ମା’ ତାର ଶେଷ ଜୀବନ ଯାଏ ପୁଅର ଶୁଭ ମନାସୁ ଥାଏ । ହେଲେ ସେହି ମା’କୁ ଯେ ପୁଅ ହତ୍ୟା କରିପାରେ ଏ କଥା ଭାବିଲେ ବିଶ୍ୱାସ ହୁଏନି । ହଁ ଆଜ୍ଞା ଏମିତି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀର ମଦାନାଗିର୍‌ ଅଞ୍ଚଳରେ ।

son killed mother

ପୁଅ ତା’ର ୪୫ ବର୍ଷୀୟା ମା’କୁ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟା କରିବା ପରେ ଅଭିଯୁକ୍ତ ସାଗର ପାଗଳ ଭଳି ପ୍ରଳାପ କରି କହିଛି ‘ ମୁଁ ମୋ ମା’କୁ ଆଜି ମୁକ୍ତି ଦେଇ ଦେଲି’ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଗରକୁ ଗିରଫ କରିଛି ।

ପୋଲିସ ସୂଚନାନୁଯାୟୀ, ସୋମବାର ସକାଳ ପ୍ରାୟ ୧୧ଟା ବେଳେ ମଦାନଗିର୍‌ର ଏକ ଆପାର୍ଟମେଣ୍ଟରୁ ଚିତ୍କାର ଶୁଭିଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଥିଲା ସେଥିରେ ସେ ଅବାକ୍‌ ହୋଇଯାଇଥିଲା । ସାଗର ମା’ ଅଞ୍ଜଳିଙ୍କୁ ହତ୍ୟା କରିବା ପରେ ସେହିଠାରେ ବସି ରହିଥିଲା । ବାରମ୍ବାର ଗୋଟିଏ କଥା କହୁଥିଲା ‘ମା’କୁ ଆଜି ମୁକ୍ତି ଦେଇଦେଲି’ ।

son killed mother.JPG-1

ପୋଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ସାଗରକୁ ଗିରଫ କରିଛି । ମହିଳା ଅଞ୍ଜଲି ଫ୍ରାନ୍ସିସ୍ ତାଙ୍କ ପୁଅଙ୍କ ସହ ମଦନାଗିର ବଜାର ନିକଟ ଜି-ବ୍ଲକରେ ରହୁଥିଲେ । ସାଗର ଦିଲ୍ଲୀର ହାଉଜ ଖାସର ଏକ କାଫେରେ ଡିଜେ ଭାବେ କାମ କରୁଥିଲା ।

ସେ ପ୍ରତିଦିନ ଡ୍ରଗ୍ସ ଏବଂ ମଦ୍ୟପାନ କରୁଥିଲା ବୋଲି ପୋଲିସ୍‌ କହିଛି । ହତ୍ୟା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଡିସିପି ଅତୁଲ କୁମାର ଠାକୁର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.