ବାଂଶଡ଼ା ପଞ୍ଚାୟତକୁ ୩୬ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ

ଚାନ୍ଦବାଲି(କେନ୍ୟୁଜ୍‌) :  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାଂଶଡା ପଞ୍ଚାୟତ କୁ ୩୬ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ୨୨ ତାରିଖ (ବୁଧବାର) ସକାଳ ୬ ଟାରୁ ୨୩ ତାରିଖ (ଗୁରୁବାର) ସଂଧ୍ୟା ୭ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ବାଂଶଡା ଥାନାରେ କାର୍ଯ୍ୟରତ ଜଣେ ଏଏସ୍‌ ଆଇ କରୋନା ପଜିଟିଭ ଚିହ୍ନଟ ପରେ ଏପରି ନିଷ୍ପତ୍ତି ସରପଞ୍ଚ ନେଇଥିବା ଜଣାଇଛନ୍ତି । କରୋନା ପଜିଟିଭ ଚିହ୍ନଟ ପୋଲିସ ବାବୁ ଜଣକ ସ୍ଥାନୀୟ ପଞ୍ଚାୟତର ଝାଡକଟା ଗାଁ ରେ ଭଡା ନେଇ ରହୁଥିଲେ ।

ତେଣୁ ଅନେକ ଲୋକଙ୍କ ସାଙ୍ଗରେ ମିଳାମିଶା କରିଥିବାର ସନ୍ଦେହ କରି ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ଦାସ ୩୬ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.