ଟଙ୍କା ପାଇଁ ହତ୍ୟା : ନକଲି ପୁଅ ମାରିଲା ଅସଲି ପୁଅକୁ

କୋଲକତା : ଗତକାଲି ଅର୍ଥାତ୍ ବୁଧବାର ଦିନ କୋଲକତାର ପୁରୱା ବର୍ଦ୍ଧମାନ ଜିଲ୍ଲାରେ ଏକ ୨୨ ବର୍ଷିୟ ଯୁବକ ନିଜ ପଡୋଶୀଙ୍କର  ପୁଅକୁ ମାରିଦେଇଥିବା ପୋଲିସ୍ ସୂତ୍ରରୁ ସୂଚନା ମିଳିଛି । ପୁରୱାସ୍ଥଳୀ ପୋଲିସ୍ ଷ୍ଟେସନର ଏକ ଅଧିକାରୀ କହିଛନ୍ତି କି, ବାବୁଦିଂଗା ଗାଁର ଜମାଲ୍ ଶେଖକୁ ତାର ପଡୋଶୀ ୧୪ବର୍ଷିୟ ଅର୍ଶିଦ ଶେଖଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି ।

kolkata-policeଅଧିକାରୀ ଜଣଙ୍କ ଉଲ୍ଲେଖ୍ୟ କରିଛନ୍ତି କି, ଅଭିଯୁକ୍ତ ଜାଣିଥିଲା କି ଅର୍ଶିଦ ତା ବାପାଙ୍କୁ କେବେ ବି ଦେଖିନଥିଲା । ଯିଏ କେରଳରେ ରହୁଥିଲେ ଏବଂ ସେଠାରେ କାମ କରୁଥିଲେ ।  ବହୁ ବର୍ଷରୁ ନିଜ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଯାହାଫଳରେ ଅର୍ଶିଦ ନିଜ ଅଜା ଆଇଙ୍କ ପାଖରେ ରହୁଥିଲେ ।

ଯାହାର ଫାଇଦା ଉଠାଇ ଅପରାଧୀ ଜଣଙ୍କ ଚାଲାଖ କରି ଅର୍ଶିଦଙ୍କ ବାପାଙ୍କ ନମ୍ବର ଆଣି ତାଙ୍କ ସହିତ ନିଜ ପୁଅ ବୋଲି ପରିଚୟ ଦେଇ କଥା ହେବା ସହ ଟଙ୍କା ମାଗିଥିଲା । ଏହା ସହ ପୋଲିସ୍ ମଧ୍ୟ କହିଛି କି ଅର୍ଶିଦଙ୍କ ବାପା ଟଙ୍କା ମଧ୍ୟ ପଠାଇଥିଲେ । କିନ୍ତୁ ଯେତେବେଳେ ସେ ତାଙ୍କ ପୁଅକୁ ଦେଖାକରିବାକୁ ଇଚ୍ଛା ପ୍ରକାଶ କଲେ ସେତେବେଳକୁ ଅପରାଧୀ ଜଣଙ୍କ ଡରିଯାଇଥିଲା ଏବଂ ଅର୍ଶିଦକୁ ହତ୍ୟା କରିଥିଲା । ଡିସେମ୍ବର ୩ ତାରିଖରେ ଅର୍ଶିଦ ନିଖୋଜ ହୋଇ ଥିବାବେଳେ ଏକ କ୍ଷେତ ମଝିରୁ ତାଙ୍କ ଶବକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.