Below header

ସଂସଦ ଆକ୍ରମଣକୁ ୨୨ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଠିକ୍ ଆଜିର ଦିନରେ ସଂସଦ ଭବନ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଘଟଣାକୁ ୨୨ ବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ନେତାମାନେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ପ୍ରଧାନମନ୍ତ୍ରୀ ସହିଦଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ବନା ଦେଇଥିଲେ ।

୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଭବନ ଉପରେ ହୋଇଥିଲା ଆତଙ୍କୀ ହମଲା । ଆତଙ୍କବାଦୀଙ୍କ ସହ ଖୁବ୍ ଲଢ଼େଇ କରିଥିଲେ ଆମର ଯବାନମାନେ । ଏଥିରେ ୯ ଜଣ ସହିଦ ହୋଇଥିଲେ । ଆଉ ୫ ଜଣ ଆତଙ୍କବାଦୀଙ୍କୁ ମାରି ଶୁଆଇ ଦେଇଥିଲେ । ଘଟଣା ଏମିତି ଥିଲା । ୫ ଜଣ ସଶସ୍ତ୍ର ଆତଙ୍କବାଦୀ ଗୃହମନ୍ତ୍ରାଳୟ ଏବଂ ପାର୍ଲାମେଣ୍ଟ ଲେବୁଲ ଲାଗିଥିବା ଏକ କାରରେ ସଂସଦ ପରିସରକୁ ପଶି ଆସିଥିଲେ । ତାର ଠିକ୍ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭା ୪୦ ମିନିଟ୍ ପାଇଁ ମୁଲତବି ହାଇଥିଲା । ପ୍ରାୟ ଶହେ ଜଣ ରାଜନୀତିଜ୍ଞ ଏବଂ କର୍ମଚାରୀ ସେତେବେଳେ ଉପସ୍ଥିତ ଥିଲେ ।

ଆତଙ୍କବାଦୀମାନେ ଅଚାନକ ଆଖିବୁଜା ଗୁଳି ଚଳାଇବା ସହ ଗ୍ରେନେଡ ପକାଇଥିଲେ । ସଂସଦଭବନ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୯ ଜଣ ସୁରକ୍ଷା କର୍ମୀ ପ୍ରାଣବଳି ଦେଇଥିଲେ । ତେବେ ସମସ୍ତ ମନ୍ତ୍ରୀ ଏବଂ ସାଂସଦ ସୁରକ୍ଷିତ ଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.