ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ନକ୍ସଲ ଆକ୍ରମଣ, IED ବିସ୍ଫୋରଣରେ ଜଣେ ଯବାନ ସହିଦ

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ହୋଇଛି ନକ୍ସଲ ଆକ୍ରମଣ। ନକ୍ସଲମାନେ ନାରାୟଣପୁରରେ IED ବ୍ଲାଷ୍ଟ୍‍ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ହୋଇଛି ନକ୍ସଲ ଆକ୍ରମଣ। ନକ୍ସଲମାନେ ନାରାୟଣପୁରରେ IED ବ୍ଲାଷ୍ଟ୍‍ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ରାଜଧାନୀରେ ଆୟୋଜିତ ସମାରୋହରେ ଯେତେବେଳେ ବିଷ୍ଣୁଦେଓ ସାଏ ସିଏମ୍‌ ପଦର ଶପଥ ନେବାକୁ ଯାଉଥିଲେ, ସେତିକିବେଳେ ନାରାୟଣପୁରରେ ଏହି ଆକ୍ରମଣ ହୋଇଥିଲା।

କୁହାଯାଉଛି ଯେ ନକ୍ସଲମାନେ ନାରାୟଣପୁରର ଆମଦଇ ଖଣିରେ ଏହି ବିସ୍ଫୋରଣ କରିଛନ୍ତି। ଏଠାରେ ମାଟିତେଳେ IED ପୋତାଯାଇଥିଲା, ଯାହା ସଂସ୍ପର୍ଶରେ ସିଏଏଫ୍‌ ୯ମ ବିଏନ୍‌ ବାଟାଲିୟନର ୨ ଜଣ ଯବାନ ଆସିଯାଇଥିଲେ। ଏଥିରେ ସିଏଏଫ୍‌ କନଷ୍ଟେବଳ କମଳେଶ ସାହୁ ସହିଦ ହୋଇଥିବା ବେଳେ କନଷ୍ଟେବଳ ବିନୟ କୁମାର ସାହୁ ଆହତ ହୋଇଛନ୍ତି। ଏସ୍‌ପି ପୁଷ୍କର ଶର୍ମା ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି।

ଏହାପୂର୍ବରୁ ସୋମବାର ନକ୍ସଲମାନେ ସୁକମା ଜିଲ୍ଲାରେ IED ବ୍ଲାଷ୍ଟ୍‍ କରିଥିଲେ। ଏଥିରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିଲେ। କିସ୍ତାରାମ ଥାନା ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିଲା। ଏଠାରେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍‌ ସଡ଼କ ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାଟ୍ରୋଲିଂ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।

ନକ୍ସଲମାନେ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ସମୟରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ କରିଥିଲେ। ସେମାନେ ଧମତରୀରେ ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ପାଟ୍ରୋଲିଂରେ ବାହାରିଥିବା ସିଆର୍‌ପିଏଫ୍‌ ଏବଂ ଡିଆର୍‌ଜିର ଟିମ୍‌ ଉପରେ ନକ୍ସଲମାନେ ଗୋଟିଏ ପରେ ଗୋଟିଏ IED ବ୍ଲାଷ୍ଟ୍‍ କରିଥିଲେ। ଯଦିଓ ଏହି ସମୟରେ ବାଇକ୍‌ରେ ଯାଉଥିବା ୨ ସିଆର୍‌ପିଏଫ୍‌ ଯବାନ ଅଳ୍ପକେ ବର୍ତ୍ତି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.