ଦିଲ୍ଲୀ ରାଜପଥରେ ପଡିଛି ଚିତାବାଘ ଶାବକ ମୃତଦେହ, ଗାଡି ବାଡେଇଥିବା ଅନୁମାନ କରୁଛି ପୋଲିସ

ରାସ୍ତାରେ ପଡିଛି ଚିତାବାଘ ଶାବକ ମୃତଦେହ । କୌଣସି ଗାଡି ଦ୍ରୁତ ଗତିରେ ଯାଇଥିବା ବେଳେ ବାଘ ଛୁଆ ଉପରେ ମାଡିଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣା ଦିଲ୍ଲୀର ଅଲୀପୁର ଜିଟି କରନାଲ ରୋଡରେ ସକାଳେ ଘଟିଛି ।

ଦିଲ୍ଲୀର ଅଲୀପୁରରେ ରାସ୍ତାରେ ପଡିଛି ଚିତାବାଘ ଶାବକ ମୃତଦେହ । କୌଣସି ଗାଡି ଦ୍ରୁତ ଗତିରେ ଯାଇଥିବା ବେଳେ ବାଘ ଛୁଆ ଉପରେ ମାଡିଯାଇଥିବା ଅନୁମାନ କରାଯାଉଛି । ବାଘ ଛୁଆକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଯାଞ୍ଚ କରୁଛି । ଏହି ଘଟଣା ଜିଟି କରନାଲ ରୋଡରେ ସକାଳେ ଘଟିଛି ।

ସୂଚନା ମୁତାବକ, ଦିଲ୍ଲୀ ପୋଲିସକୁ ବୁଧବାର ଭୋର ୪ଟାରେ ପିସିଆରକୁ କଲ୍‌ ଆସିଥିଲା । ଯେଉଁଥିରେ କଲ୍‌ କରିଥିବା ବ୍ୟକ୍ତି ଅଲ୍ଲୀପୁର ଥାନା ଅଞ୍ଚଳ ଖଟୁଶ୍ୟାମ ମନ୍ଦିର ପାଖ ଏନଏଚ-୪୪ରେ ବାଘ ଛୁଆ ମରିପଡିଥିବା ଖବର ଦେଇଥିଲେ । ଏହାପରେ ତୁରନ୍ତ ପୋଲିସ ଟିମ୍‌ ସେଠାକୁ ପହଞ୍ଚି ବାଘ ଛୁଆକୁ ଉଦ୍ଧାର କରିଥିଲେ । ତେବେ ପୋଲିସ କହିବା ମୁତାବକ, ସଡ଼କ ଦୁର୍ଘଟଣାରେ ବାଘ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ବାଘ ଛୁଆର ମୃତଦେହକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲା ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏକ ହାଇପ୍ରୋଫାଇଲ ସୈନିକ ଫାର୍ମ ଏବଂ ଅଲୀପୁରରୁ ଏକ ଚିତାବାଘ ଛୁଆ ହଜିଯାଇଥିଲା । ଏହାର ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ, ବନ ବିଭାଗ, ଓ୍ଵାଇଲ୍ଡ ଲାଇଫ ଟିମ୍‌ ବ୍ୟତୀତRWA ଦ୍ୱାରା ନିୟୋଜିତ ଥିବା ସୁରକ୍ଷା ଗାର୍ଡ ଟିମ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.