Below header

ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି, ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ

ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଦୁଇ ଜଣ ଅଜ୍ଞାତ ଯୁବକ ପଶିଆସିଥିବା ସୂଚନା ମିଳିଛି । ସେମାନେ କିଛି ଗ୍ୟାସ୍‌ ଭଳି ସ୍ପ୍ରେ କରିଥିବା ସହିତ ସ୍ମୋକ କ୍ୟାଣ୍ଡେଲ ଲଗାଇଥିବା ସୂଚନା ମିଳିଛି ।

ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଦୁଇ ଜଣ ଅଜ୍ଞାତ ଯୁବକ ପଶିଆସିଥିବା ସୂଚନା ମିଳିଛି । ସେମାନେ କିଛି ଗ୍ୟାସ୍‌ ଭଳି ସ୍ପ୍ରେ କରିଥିବା ସହିତ ସ୍ମୋକ କ୍ୟାଣ୍ଡେଲ ଲଗାଇଥିବା ସୂଚନା ମିଳିଛି । ଦର୍ଶକ ଗ୍ୟାଲେରୀରୁ ୨ ଜଣ ଅଜ୍ଞାତ ଯୁବକ ସାଂସଦଙ୍କ ଉପରକୁ ଡେଇଁଥିଲେ । ଯୁବକଙ୍କୁ କାବୁ କରି ସୁରକ୍ଷା କର୍ମୀଙ୍କୁ ଜିମା ଦେଲେ ସାଂସଦ ।

ତେବେ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କଲେ ବାଚସ୍ପତି ।  ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ପଶିଯାଇଥିଲେ । ଗୃହରେ ଅଜ୍ଞାତ ପଶିଆସିବା ପରେ ହଇଚର ସୃଷ୍ଟି ହୋଇଛି ।

କିଛିଦିନ ତଳେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଭାରତର ସଂସଦ ଭବନକୁ ଉଡାଇବାକୁ ଧମକ ଦେଇଥିଲା । ପନ୍ନୁର ଧମକ ପରେ ସଂସଦ ଭବନର ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା ।

ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ୨୨ ବର୍ଷ ପୂରିଛି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ପ୍ରଧାନମନ୍ତ୍ରୀ ସହିଦଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ବନା ଦେଇଥିଲେ । ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଭବନ ଉପରେ ହୋଇଥିଲା ଆତଙ୍କୀ ହମଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.