Below header

ଦିଲ୍ଲୀରେ ଥମୁନି ସିଏଏ ହିଂସା : ୩୦କୁ ପହଁଚିଲା ମୃତ୍ୟୁ ସଂଖ୍ୟା, ଅଧିକାଂଶ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

ନୂଆଦିଲ୍ଲୀ :ସୁଧୁରୁଛି ଦିଲ୍ଲୀ ସ୍ଥିତି । ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ଏନଏସଏ ଅଜିତ୍‌ ଡୋଭାଲ । ଏଣିକି ସ୍ଥିତି ଶାନ୍ତ ପଡିବ ବୋଲି ଆଶ୍ୱାସନା ଦେଇଛନ୍ତି । ସେପଟେ ସିଏଏ ହିଂସାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଥିବା ବେଳେ ଆହୁରି ବଢିବା ଆଶଂକା ରହିଛି । ଅଧିକାଂଶ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆହତଙ୍କ ମଧ୍ୟରୁ ୩୦ ପ୍ରତିଶତ ଗୁଳିମାଡ଼ ଖାଇଥିବା ବେଳେ ୩୦ ପ୍ରତିଶତ ଛୁରୀ ଓ ଖଣ୍ଡାରେ ହଣାହଣି ହୋଇଛନ୍ତି । କେବଳ ଜିଟିବି ହସ୍ପିଟାଲରେ ୨ ଶହରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି । ସମଗ୍ର ପୂର୍ବ ଦିଲ୍ଲୀ ଅଶାନ୍ତ ରହିଛି । ଯୁଆଡେ ଚାହିଁଲେ ଜଳାପୋଡା ଓ ଭଂଗାରୁଜାର ବିଭତ୍ସ ଦୃଶ୍ୟ । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଫ୍ଲାଗ୍‌ମାର୍ଚ୍ଚ କରୁଛନ୍ତି । ସେପଟେ ଆଜି ଦିଲ୍ଲୀ ହାଇକୋର୍ଟରେ ପୁଣି ଏହି ମାମଲାର ଶୁଣାଣି ହେବ । ଉସକାଉଥିବା ବୟାନକୁ ନେଇ ମାମଲା ଦାୟର ସହ ଜଡିତ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଜବାବ ରଖିବାକୁ ପଡ଼ିବ । ଗତକାଲି ହୋଇଥିବା ଶୁଣାଣିରେ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ୍‌ ଜାରି କରି ଜବାବ ରଖିବାକୁ କହିଥିଲେ । ଏହା ସହ ଉସକାଉଥିବା ଭାଷଣର ଭିଡିଓ ଦେଖିବା ପରେ ଜବାବ ଦେବାକୁ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.