ଦରଦୀ ଡାକ୍ତରଙ୍କୁ ଦୁଃଖଭରା ବିଦାୟ, କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ପରିବେଶ

କଳାହାଣ୍ଡି (କେନ୍ୟୁଜ୍): ଦରଦୀ ଡାକ୍ତରଙ୍କୁ ଦୁଃଖଭରା ବିଦାୟ। ଆମକୁ ଛାଡି ଯାଆନ୍ତୁନି, ଆମେ ଆପଣଙ୍କ ବିନା ବଞ୍ଚିପାରିବୁ ନାହିିଁ। କାନ୍ଦବୋବାଳିରେ ଫାଟି ପଡୁଛି ସମଗ୍ର ପରିବେଶ। ଏ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର। ଆଦିବାସୀ ଅଞ୍ଚଳ ତଥା ଯାତାୟତରେ ଅସୁବିଧା ହେତୁ ଏଠାରେ ଉଚିତ୍‌ ସ୍ୱାସ୍ଥ୍ୟସେବା ମିଳିପାରେନାହିଁ। କିନ୍ତୁ ୨୦୧୫ରୁ ଏଠାରେ ସ୍ୱାସ୍ଥ୍ୟସେବାରେ ସୁଧାର ଆସିଛି। ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଇଥିଲେ ଡାକ୍ତର ଅବିନାଶ ରଥ। ଦୀର୍ଘ ୫ବର୍ଷ ଧରି ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବା କରିଚାଲିଥିଲେ। ଗରୀବ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ନିଜ ଜୀବନର ବ୍ରତ କରିଥିଲେ। ହେଲେ ଆଜି ଯେତେବେଳ ତାଙ୍କର ପିପିଲିକୁ ବଦଳି ହୋଇଯାଇଥିଲା ଗାଁଲୋକେ ଭାବ ବିହ୍ଵଳ ହୋଇପଡିଥିଲେ। ନିଜ କୋହକୁ ସମ୍ଭାଳି ପାରିନଥିଲେ। ନିଜ ପ୍ରିୟ ଡାକ୍ତର ସେମାନଙ୍କଠାରୁ ବିଦାୟ ନେଇଯିବେ। ଏହା ଭାବି ସମସ୍ତେ ଦୁଃଖରେ ଭାଙ୍ଗିପଡିଥିଲେ। ଡାକ୍ତର ଅବିନଶ ରଥ ମଧ୍ୟ ଦୀର୍ଘ ୫ବର୍ଷ ଧରି ଗାଁଲୋକଙ୍କ ସ୍ନେହର ଡୋରିରେ ବାନ୍ଧି ହୋଇଯାଇଥିଲେ। ସମସ୍ତଙ୍କ ଭଲ ପାଇବା ସବୁବେଳେ ମନେ ରହିବ ବୋଲି ଡାକ୍ତର ଅବିନାଶ ରଥ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.