Below header

ନିଜେ ନିଖୋଜ ଥିବା ନେଇ ରିପୋର୍ଟ ଲେଖାଇବାକୁ ଥାନାରେ ପହଞ୍ଚିଲା କୁକୁର

ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ କୁକୁରଙ୍କ ଘ୍ରାଣ ଶକ୍ତି ଓ ସ୍ମରଣ ଶକ୍ତି ଟିକେ ଅଧିକା। ଏଣୁ ସବୁ ତଦନ୍ତ ବେଳେ ପୋଲିସ ପ୍ରଥମେ କୁକୁରଙ୍କ ସାହାଯ୍ୟ ଲୋଡ଼ିଥାଏ। ତେବେ କୁକୁରଙ୍କ ବୁଦ୍ଧିମତା ମଧ୍ୟ ଅନ୍ୟମାନଙ୍କ ଠାରୁ ଉତ୍ତମ। ଏହାର ସଠିକ୍‌ ପ୍ରମାଣ ନିକଟରେ ହୋଇଥିବା ଏକ ଘଟଣାରୁ ଜଣାପଡ଼ିଛି। ସବୁ ବେଳେ ପୋଲିସକୁ ସାହାଯ୍ୟ କରୁଥିବା କୁକୁର ପୋଲିସର ସାହାଯ୍ୟ ପାଇଁ ପହଞ୍ଚିଛି ଥାନାରେ। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ। ଏଭଳି ଘଟଣା ଘଟିଛି ଟେକ୍‌ସାସରେ।

dog2

ରିପୋର୍ଟ ମୁତାବକ ଏକ ଚିକୁ ନାମକ ଏକ କୁକୁର ହଜିଯାଇଥିଲା। ସେ ଭୁଲରେ ନିଜ ଘରଠାରୁ ଦୂରକୁ ଚାଲିଆସିଥିଲା। ଘରକୁ ଫେରିବାକୁ ତା’ ପାଖରେ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ ମଣିଷଙ୍କ ଭଳି ସେ ପହଞ୍ଚିଥିଲା ଥାନାରେ। ସେ ଟେକ୍‌ସାସ୍‌ର ଓଡେସା ପୋଲିସ ଡିପାର୍ଟମେଣ୍ଟରେ ପହଞ୍ଚି ଦୁଇ ଗୋଡ଼କୁ ଉପରକୁ ଟେବୁଲ ପରେ ଥୋଇ ବସିଗଲା। ସେଠରେ ଉପସ୍ଥିତ ପୋଲିସ ଅଧିକାରୀ କୁକୁରର ଆକ୍ଟଭିଟି ଦେଖି ସେ ବୁଝିଗଲେ ଯେ ସେ ନିଜ ଘର ଭୁଲିଯାଇଛି ଓ ସାହାଯ୍ୟ ଚାହୁଁଛି।

dog3

ପରେ ପୋଲିସ ମାନେ ଚିକୁ ସହ ଖେଳିବା ସହ ତାକୁ ଖାଇବାକୁ ଦେଇଥିଲେ। ତା’ ବେକରେ କୌଣସି ଆଇଡି ନଥିବାରୁ ପୋଲିସ ଆନିମଲ କଣ୍ଟ୍ରୋଲ ଟିମ୍‌କୁ ଖବର ଦେଇଥିଲେ। ସେମାନଙ୍କ ଠାରୁ ଜଣାପଡ଼ିଥିଲା ଯେ ଜଣେ ବ୍ୟକ୍ତି କୁକୁର ହଜିଥିବା ନେଇ ରିପୋର୍ଟ ଲେଖାଇଛନ୍ତି। ରିପୋର୍ଟ ଲେଖାଇଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ପରେ ସେ ଆସି ଚିକୁକୁ ଚିହ୍ନିପାରିଥିଲେ। ଚିକୁ ମଧ୍ୟ ମାଲିକକୁ ପାଖରେ ପାଇ ବେଶ୍‌ ଖୁସି ହୋଇଯାଇଥିଲା। ମାଲିସ ପୋଲିସଙ୍କୁ ଧନ୍ୟବାଦ ଦେବା ସହ ଚିକୁକୁ ନେଇ ଘରକୁ ଫେରିଥିଲେ। ତେବେ ବୁଦ୍ଧି ଖର୍ଚ୍ଚ କରି କୁକୁରଟି ପୋଲିସ ପାଖକୁ ଆସିଥିବାରୁ ସମସ୍ତେ ଚିକୁକୁ ପ୍ରଶଂସା କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.