Below header

ମୁମ୍ବାଇରୁ ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ବାହାରିଲେ ୩୦୦ ରାମ ଭକ୍ତ, କରିବେ ୧୭୦୦ କିଲୋମିଟର ଯାତ୍ରା

ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁୟାରୀ ୨୨ରେ ହେବ। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ରାମ ଭକ୍ତ ଅଯୋଧ୍ୟାରେ ପହଞ୍ଚୁଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇ ନିକଟ ମୀରା ରୋଡରୁ ପାଦରେ ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ୩୦୦ ରାମ ଭକ୍ତ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏ ସମସ୍ତ ରାମ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସ୍ୱତନ୍ତ୍ର ଯାତ୍ରାକୁ ଶିବସେନା ବିଧାୟକ ପ୍ରତାପ ସରନାଇକଙ୍କ ‘ରାମ ଭକ୍ତ ଫାଉଣ୍ଡେସନ୍’ ପକ୍ଷରୁ ଆୟୋଜନ କରାଯାଇଛି। ଏହି ଯାତ୍ରା ପାଖାପାଖି ୪୭ ଦିନର ହେବ, ଯେଉଁଥିରେ ଭକ୍ତମାନେ ହାତରେ ଧନୁ, ତୀର ଏବଂ ହନୁମାନଙ୍କର ଏକ ଛୋଟିଆ ମୂର୍ତ୍ତି ଧରିବେ। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ଦିନକ ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୨୧ରେ ୩୦୦ ରାମ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ।

ଯାତ୍ରାକୁ ସଫଳ କରିବା ପାଇଁ ଫାଉଣ୍ଡେସନ ତରଫରୁ ଭକ୍ତଙ୍କ ଲାଗି ରହିବା ଏବଂ ଖାଦ୍ୟପେୟର ସମସ୍ତ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ୧୭୦୦ କିଲୋମିଟର ଯାତ୍ରା କରିବା ପରେ ରାମନଗରୀ ଅଯୋଧ୍ୟାରେ ପହଞ୍ଚିବେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.