Below header

ଆନ୍ଧ୍ର ପ୍ରଦେଶ: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 971 ଟଙ୍କା ଦାନ କଲା 4 ବର୍ଷର ଶିଶୁ, ସାଇକେଲ କିଣିବା ପାଇଁ ଜମେଇ ରଖିଥିଲା ପଇସା

ଦେଶ ପାଇଁ ଏକ ଭଲ ଖବର। ଆନ୍ଧ୍ର ପ୍ରଦେଶ ବିଜୟୱଡାରେ 4 ବର୍ଷର ଜଣେ ଶିଶୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 971 ଟଙ୍କା ଦାନ କରିଛି। ସେ ମଙ୍ଗଳବାର ବାପା, ମାଆଙ୍କ ସହ ତାଡେପଲ୍ଲୀସ୍ଥିତ YSR କଂଗ୍ରେସ ଦଳ କାର୍ଯ୍ୟାଳୟ ଯାଇ ସୂଚନା ଓ ଜନସମ୍ପର୍କ ମନ୍ତ୍ରୀ ପେରୋନି ଭେଙ୍କଟରାମେୟାଙ୍କୁ ଏହି ରାଶି ଦେଇଛି।

45

ଶିଶୁଟିର ନାଁ ହେମନ୍ତ। ସେ ନୂଆ ସାଇକେଲ କିଣିବା ପାଇଁ ପଇସା ଜମା କରିଥିଲା। ତେବେ ସେ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡିଙ୍କ ସହ ମିଶିବା ପାଇଁ ବହୁତ ଉତ୍ସୁକ ଥିଲା। ହେମନ୍ତର କହିବା ହେଲା, କରୋନା ଯୁଦ୍ଧରେ ଲଢ଼ିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲା। ମନ୍ତ୍ରୀ ଭେଙ୍କଟରାମେୟା ତାକୁ କଥା ଦେଇଥିଲେ କି ତାଙ୍କ ଦ୍ୱାରା ଦିଆଯାଇଥିବା ରାଶିକୁ ସେ ନିଜେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦେବେ।

ମହାମାରୀର ଏଭଳି ସ୍ଥିତିରେ ଶିଶୁଟି ଯେଭଳି ଭାବେ ସାହାଯ୍ୟ କରିବାକୁ ଆଗେଇ ଆସିଛି, ତା’ର ଖୁବ ପ୍ରଶଂସା କରିଛନ୍ତି ମନ୍ତ୍ରୀ ଭେଙ୍କଟରାମେୟା। ମନ୍ତ୍ରୀ କହିଛନ୍ତି, ‘ହେମନ୍ତ ସାଇକେଲ କିଣିବା ପାଇଁ ପଇସା ଜମା କରିଥିଲା, ଏହାକୁ ସେ ଦାନ ଦେଇଛି। ମୁଁ ନିଜେ ତାକୁ ଏକ ସାଇକେଲ କିଣିକି ଦେବି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.