Below header

କରୋନା ରିପୋର୍ଟ: ଭାରତରେ ହୋଇଥିବା 86 ପ୍ରତିଶତ ମୃତ୍ୟୁ ମଧ୍ୟରେ କମନ୍ ରହିଛି ଗୋଟିଏ କଥା

ସାରା ଦୁନିଆରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ I ଏହି ଭାଇରସ୍ କାରଣରୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ 14 ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ 82,000 ଲୋକ ମୃତ୍ୟୁବରଣ କରିସାରିଲେଣି I ତେବେ ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 5351 ହୋଇଥିବା ବେଳେ ମୃତ୍ୟୁସଂଖ୍ୟା 160 ଛୁଇଁଲାଣି I

corona 1

ଏକ ରିପୋର୍ଟ ଅନୁଯାୟୀ ଭାରତରେ କରୋନା ଯୋଗୁଁ ମୃତ୍ୟୁବରଣ କରୁଥିବା ଲୋକଙ୍କ ବୟସ 60-65 ବର୍ଷ ମଧ୍ୟରେ ରହିଛି I କେବଳ ସେତିକି ନୂହେଁ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ 86 ପ୍ରତିଶତ ଲୋକ ଡାଇବେଟିସ, ହାଇପରଟେନସନ ସହିତ ହାର୍ଟ ରୋଗରେ ମଧ୍ୟ ପୀଡିତ ଥିଲେ I

ଏହାସହିତ ଜଣାପଡିଛି ଯେ ଦେଶରେ ହେଉଥିବା କରୋନା ମୃତ୍ୟୁରେ ଅଧିକାଂଶ ଲୋକ ପୁରୁଷ ଅଟନ୍ତି I ଏଥିରେ ପ୍ରାୟ 76 ପ୍ରତିଶତ ଲୋକ ପୁରୁଷ ଥିବା ବେଳେ ମାତ୍ର 24 ପ୍ରତିଶତ ମହିଳାଙ୍କର ମୃତ୍ୟୁ ହୋଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ 40-45 ବର୍ଷ ବୟସର ଲୋକଙ୍କ ସଂଖ୍ୟା 30 ପ୍ରତିଶତ ଏବଂ ଅଧିକାଂଶ ଲୋକ ବୃଦ୍ଧ ଓ ବେମାର ଥିଲେ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.