ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ,୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଥିଲେ ଗଜପତି ଜ଼ିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର ବିଧାୟକ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭରତ ପାଇକ ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି l ସେ କିଛିଦିନ ହେଲା ପାରଳାଖେମୁଣ୍ଡି ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛିତ ହେଉଥିଲେ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିଛା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କଲାବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା l ଶ୍ରୀ ପାଇକ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ତତ୍କାଳୀନ ରାମଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ଥିଲେ l ପରବର୍ତ୍ତୀ ସମୟରେ ଜ଼ିଲ୍ଲା ସୀମା ନିର୍ଧାରଣ ପରେ ଏହା ମୋହନା ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା l ସେ ଭାରତୀୟ ଜନତା ପାର୍ଟି ର ଜଣେ ତୁଙ୍ଗ ତଥା ନେତା ମଧ୍ୟ ଥିଲେ, ମୋହନା ନିର୍ବାଚନ ମଣ୍ଡଳୀରେ ୨୦୧୪ ମସିହାରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ସେ ପରାଜିତ ହୋଇଥିଲେ l ପରେ ୨୦୧୯  ସାଧାରଣ ନିର୍ବାଚନ ରେ ସେ ବିଜେପି ଛାଡି ବିଜେଡି ରେ ଯୋଗ ଦେଇଥିଲେ l ନିଜ ପୈତୃକ ଗ୍ରାମ ଗଜପତି ଜ଼ିଲ୍ଲା ରାୟଗଡ ବ୍ଲକ କୁଜାସିଂରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.