କରୋନା ଯୁଦ୍ଧରେ ସାମିଲ ହେଲେ ଏହି ସାଉଥ ସୁପରଷ୍ଟାର, ପିଏମ୍‍ କେୟାର୍ସ ଫଣ୍ଡକୁ ପ୍ରଦାନ କଲେ ଆର୍ଥିକ ସହାୟତା

ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ବେଶ ଚିନ୍ତିତ ରହିଥିବା ବେଳେ ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ଟୀକା ବାହାରିପାରିନାହିଁ । କରୋନ ଯୁଦ୍ଧରେ ବଡ ବଡ ରାଜନେତା ଠାରୁ ଆରମ୍ଭ କରି ବଲିଉଡ କଳାକାର ସାମିଲ ହୋଇଛନ୍ତି । କେବଳ ବଲିଉଡ ନୁହେଁ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଯୁଦ୍ଧରେ ଆଗରେ ରହିଛି । ଏବେ ଲିଷ୍ଟରେ ନିଜକୁ ସାମିଲ କରିଛନ୍ତି ସାଉଥ ସୁପରଷ୍ଟାର ଅଜିତ ।

ajith

ଅଜିତ କରୋନା ମହାମାରୀ ପାଇଁ ପିଏମ୍‍ କେୟାର୍ସ ଫଣ୍ଡ ସହିତ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଜିତ ୧.୨୫ କୋଟି ଟଙ୍କା ସହାୟତା ଦେଇଛନ୍ତି । ୫୦ ଲକ୍ଷ ଟଙ୍କା ପିଏମ୍‍ କେୟାର୍ସ ଫଣ୍ଡକୁ ଏବଂ ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏବଂ ୨୫ ଲକ୍ଷ ଫିଲ୍ମ ଏମ୍ପେ୍ଲାଇଜ ଫେଡରେସନ ଅଫ୍‍ ସାଉଥ ଇଣ୍ଡିଆକୁ ଦେଇଛନ୍ତି ।

ଅଜିତ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା କଳାକାର । ଏହାଛଡା ଅଜିତ ବଲିଉଡରେ ମଧ୍ୟ କାମ କରିଛନ୍ତି । ସାଇଥ ଇଣ୍ଡଷ୍ଟ୍ରୀର କେବଳ ଅଜିତ ନୁହେଁ, ରଜନୀକାନ୍ତ, ପ୍ରଭାସ, ରାମଚରଣ, ନୟନତାରା, ସୂର୍ଯ୍ୟା ଏବଂ ବିଜୟ ମଧ୍ୟ ଏହି ଲଢେଇରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.