Below header

କରୋନା ଔଷଧ ଭାବି ପିଇଲେ ବିଷ, ଏହି ଦେଶର ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଆଜି ବିଶ୍ୱ ମହାମାରୀର ରୂପ ନେଇଛି । ଏହି ମାରାତ୍ମକ ଭାଇରସ ସଂକ୍ରମଣ କାରଣରୁ ପୁରା ବିଶ୍ୱ ଆଜି ସତେ ଯେମିତି ଥରହର ହେଉଛି । ଏହି ବିଷାଣୁ ସର୍ବାଧିକ ସଂକ୍ରମିତ ହୋଇଥିବା ଦେଶ ତାଲିକାରେ ଇରାନ ଅଛି । ଏଯାବତ ଏହି ଦେଶରେ ମୃତ୍ୟୁ ସଂଖ୍ୟା ପାଖାପାଖି ୩୮୦୦ରେ ପହଂଚି ଲାଣି । ଏହି ମାରାତ୍ମକ ଭାଇରସ ଦାଉରୁ ରକ୍ଷା ପାଇବା ନେଇ ଇରାନର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁ କାରଣରୁ ୬୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୦୦୦ ରୁ ଅଧିକ ଲୋକ ଗଭୀର ଭାବେ ସଂକ୍ରମିତ ହୋଇଛନ୍ତି ।

iran death

ଏକ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଇରାନର ଜଣେ ସରକାରୀ ପ୍ରବକ୍ତା ଇସ୍ମାଇଲି କହିଛନ୍ତିକି ଏଠାକାର କିଛି ଲୋକ କରୋନା ଔଷଧ ଭାବି ନିଟ ଆଲକହଲ ପିଇ ଦେଇଥିଲେ । ଯେଉଁ କାରଣରୁ ଅନେକ ଲୋକ ରୋଗ ଗ୍ରସ୍ଥ ହୋଇଯାଇଥିଲେ । ଇସ୍ମାଇଲି ଆହୁରି ମଧ୍ୟ କହିଛନ୍ତିକି, ଏହି ବିଷାକ୍ତ ଆଲକହଲ ପିଇବା କାରଣରୁ ପ୍ରାୟ ୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ବି ହୋଇଛି । ଏହି ଘଟଣାରେ ଦୋଷୀ ସାବ୍ୟସ୍ଥ ହୋଇଥିବା ଅନେକଙ୍କୁ ଗିରଫ କରାଯାଇଛି ।

ଅପରାଧିକ ଷଡଯନ୍ତ୍ର ନେଇ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଇରାନର ଏହି ବରିଷ୍ଠ ଅଧିକାରୀ । କହି ରଖିବା ଉଚିତ ହେବକି, ଏଯାବତ ଇରାନର ପ୍ରାୟ ୬୨ ହଜାର ଲୋକ କରୋନା ସଂକ୍ରମିତ ହୋଇସାରିଲେଣି । ଏମିତିକି ଇରାନ ସଂସଦର ୩୧ ସଦସ୍ୟ ବି ସଂକ୍ରମିତ ହୋଇଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ଇରାନ ସଂସଦକୁ ବନ୍ଦ କରି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.