୫ ବର୍ଷର ଶିଶୁକୁ ଦୁଷ୍କର୍ମ! ଆଉ ଅଭିଯୁକ୍ତକୁ ଦଣ୍ଡ ମାତ୍ର ୫ ଥର ବସ୍ଉଠ୍

ବିହାର : ୫ ବର୍ଷର ଶିଶୁକୁ ଦୁଷ୍କର୍ମ । ଆଉ ଅଭିଯୁକ୍ତକୁ ଦଣ୍ଡ ମାତ୍ର ୫ ଥର ବସ୍ଉଠ୍ । ଦୁଷ୍କର୍ମର ଦଣ୍ଡ କେବଳ ବସ୍ଉଠ୍ । ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ମାତ୍ର ୫ ଥର ବସ୍ଉଠ୍ କରି ଛାଡି ଦିଆଯାଇଛି । ଅର୍ଥାତ୍ କଅଁଳ ଶିଶୁ ପ୍ରତି କରାଯାଇଥିବା ଜଘନ୍ୟ ଅପରାଧର ଦଣ୍ଡ ମାତ୍ର ବସ୍ଉଠ୍ । ବିହାରର ନବଦା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଘଟଣା । ପଞ୍ଚାୟତ ବୈଠକରେ ଦୁଷ୍କର୍ମକାରୀକୁ ଏତେ ହାଲକା ଦଣ୍ଡ ଦେଇ ମାମଲାକୁ ରଫାଦଫା କରାଯାଇଛି । ମାତ୍ର ୫ ଥର ବସ୍ଉଠ୍ କରାଯାଇ ଅଭିଯୁକ୍ତକୁ ବସ୍ଉଠ୍ କରି ନିର୍ଦ୍ଦୋଷର ସାର୍ଟିଫିକେଟ୍ ଦେଇଛି ପଞ୍ଚାୟତ ବୈଠକ ।
ଅଭିଯୁକ୍ତର ନାଁ’ହେଉଛି ଅରୁଣ ପଣ୍ଡିତ । ଗତ ୨୧ ନଭେମ୍ବରରେ ନିଜ କୁକୁଡା ଫାର୍ମରେ ୫ ବର୍ଷର ଶିଶୁକୁ ନେଇ ଦୁଷ୍କର୍ମ କରିଥିଲା । ଏହା ଜଣାପଡିବା ପରେ ଥାନାରେ ଅଭିଯୋଗ କରିବାକୁ ବାହାରିଥିଲେ ପିଡିତାର ପରିବାର ଲୋକେ । ହେଲେ ଗାଁର ପୁର୍ବତନ ମୁଖିଆ ଅଭିଯୁକ୍ତ ପଞ୍ଚାୟତରେ ସାମନ୍ୟ ଦଣ୍ଡ ଦେଇ ମାମଲା ରଫାଦଫା କରିବାକୁ କହିଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓ ସାମ୍ନାକୁ ଆସିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ୍ ।