କାର୍‌ ଉପରେ ଦୋକାନ! ବ୍ୟକ୍ତି କଲେ ଅଜବ ଯୋଗାଡ଼, ମାରୁତି ୮୦୦ ଛାତ କାଟି ମେଲାଇ ଦେଲେ ନିଜ ପାନର ପସରା

ଯୋଗାଡ଼, ଭାରତୀୟ ଲୋକମାନଙ୍କର ସବୁଠାରୁ ଫେମସ୍‌ ସ୍କିଲଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ଏମିତି ଏକ କଳା, ଯାହା ପ୍ରତି ଭାରତୀୟଙ୍କଠାରେ ଭରି ରହିଛି। ଏହାର କୌଣସି ସ୍ୱତନ୍ତ୍ର କୋର୍ସ କି ଟ୍ରେନିଂ ନ ଥାଏ। ବାସ୍‌, ଯେତେବେଳେ ମଣିଷ ଫସିଥାଏ ଏବଂ ତାକୁ କୌଣସି ସମସ୍ୟାର ସମାଧାନ ମିଳି ନ ଥାଏ, ସେତେବେଳେ ସେ ଏହି ଯୋଗାଡ଼ରୁ ନିଜର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଯୋଗାଡ଼ର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।