ଦମ୍‌ଦାର ବ୍ୟାଟିଂ ସତ୍ତ୍ୱେ ପ୍ରଥମ ଦିନିକିଆ ହାରିଗଲା ଟିମ୍‌ ଇଣ୍ଡିଆ, ୭ ଓ୍ଵିକେଟରେ ଜିତିଲା ନ୍ୟୁଜିଲାଣ୍ଡ

କେନ୍ୟୁଜ୍‌: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ପରାଜୟ ବରଣ କରିଛି । ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରି ସିରିଜକୁ ହାତେଇବା ପରେ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ହାରିଯାଇଛି ।

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୩୦୬ ରନ କରିଥିଲା । ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ଓପନିଂ ଯାଇଥିଲେ ଶିଖର ଧାଓ୍ଵନ ଏବଂ ଶୁଭମନ ଗିଲ । ଏହି ଦୁଇ ଜଣ ବ୍ୟାରଟର ବହୁତ ଭଲ ପ୍ରଦର୍ଶନ କରି ଥିଲେ । ଶିଖର ଧାଓ୍ଵନ ୭୭ ବଲରେ ୭୨ ରନ, ଶୁଭମନ ଗିଲ ୬୫ ବଲରେ ୫୦ ରନ ଏବଂ ଶ୍ରେୟସ ଆୟାର ସର୍ବାଧିକ ୭୬ ବଲରେ ୮୦ ରନ କରି ଭାରତକୁ ଏକ ଭଲ ସ୍କୋରରେ ପହଞ୍ଚାଇଥିଲେ ।

ଭାରତ ଦେଇଥିବା ୩୦୭ ରନର ଲକ୍ଷ୍ୟକୁ ପିଛାକରି ନ୍ୟୁଜିଲାଣ୍ଡ ୨.୫ ଓଭର ବାକିଥାଇ ମାତ୍ର ୩ଟି ଓ୍ଵେକେଟ ହରାଇ ବିଜୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡର ଓ୍ଵିକେଟ୍‌ କିପର ଟମ୍‌ ଲାଥମ୍‌ ଧୂଆଁଧାର ବ୍ୟାଟିଂ କରି ଅପରାଜିତ ୧୦୪ ବଲରେ ୧୪୫ ରନ କରି ଭାରତ ହାତରୁ ମୁକାବିଲାକୁ ଛଡ଼ାଇ ନେଇଥିଲେ । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଉଇଲିୟମ୍ସନ ମଧ୍ୟ ଅପରାଜିତ ୯୮ ବଲରେ ୯୪ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ନ୍ୟୁଜିଲାଣ୍ଡର ଏହି ଦୁଇ ବିସ୍ଫୋରକ ବ୍ୟାଟରଙ୍କ ଆଗରେ ଭାରତୀୟ ବୋଲର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଭାରତର ବ୍ୟାଟିଂ ଲାଇନର ଭଲ ପ୍ରଦର୍ଶନ ଥଲେ ମଧ୍ୟ ଭାରତର ବୋଲିଂ ବିଭାଗ ଏହି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଭାରତୀୟ ବୋଲର ଅର୍ଶଦୀପ ସିଂ ସବୁଠାରୁ ଅଧିକ ୮.୧ ଓଭରରେ ୬୮ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ତଳକୁ ଅଛନ୍ତି ସର୍ଦ୍ଦୁଲ ଠାକୁର ୯ ଓଭରରେ ୬୩, ଉମରନ ମଲିକ ୧୦ ଓଭରରେ ୬୬ ରନ ଏବଂ ଦେଇଛନ୍ତି । ଯୁଜବେନ୍ଦ୍ର ଚହଲ ୧୦ ଓଭରରେ ୬୭ ଦେଇଛନ୍ତି । ସ୍ପିନର ଓ୍ଵାଶିଂଟନ ସୁନ୍ଦର ନିଜ କୋଟାର ପୁରା ୧୦ ଓଭର କରି ୪.୨୦ ହାରରେ ୪୨ ରନର ଏକ ଭଲ ବୋଲିଂ କରି ଟିମକୁ ଆଶ୍ୱସ୍ତି ଦେଇଛନ୍ତି । ଓ୍ଵାଶିଂଟନଙ୍କୁ ଛାଡ଼ିଦେଲେ ବାକି ସବୁ ବୋଲର ନ୍ୟୁଜିଲାଣ୍ଡର ଟମ୍‌ ଲାଥମ୍‌ ଏବଂ କେନ୍‌ ଓ୍ଵିଲିୟମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂକୁ ସାମ୍ନା କରି ପାରିନଥିଲେ ।

ଭାରତ ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୮୦ ରନର ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଅଧିନାୟକ ଶିଖର ଧଓ୍ଵନ ୭୨ ରନ ଏବଂ ଶୁଭମାନ ଗିଲ୍ ୫୦ ରନ କରିଛନ୍ତି। ସଞ୍ଜୁ ସାମସନ ୩୬ ରନ କରିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୧୬ ବଲ୍ ୩୭ ରନର ଅପରାଜିତ ରହିଛନ୍ତି । ତେବେ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗ୍ୟୁସନ ୩ଟି ଓ୍ଵିକେଟ୍ ଏବଂ ଟିମ ସାଉଦି ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୭୫ ରନ ଦେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.