Below header

ରାମଭକ୍ତଙ୍କୁ ପରସାଯିବ ଲିଟି ଚୋଖା ସମେତ ୫୦ଟି ସ୍ୱାଦିଷ୍ଟ ବ୍ୟଞ୍ଜନ, ଏକାବେଳେ ତିଆରି ହେବ ୧୦ ହଜାର ଇଟିଲି

ଭକ୍ତମାନଙ୍କ ପାଇଁ ଅଯୋଧ୍ୟାରେ ଲିଟି ଚୋଖା, ରାଜସ୍ଥାନୀ ଡାଲ୍‌ ବାଟି ଚୁର୍‌ମା, ପଞ୍ଜାବୀ ତଡ଼କା, ଦକ୍ଷିଣ ଭାରତୀୟ ମସାଲା ଦୋସା, ଇଟିଲି, ବଙ୍ଗାଳି ରସଗୁଲ୍ଲା ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ମେନୁରେ ସାମିଲ ହେବ ।

ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରସ୍ତୁତି ପର୍ବ ଜୋର୍‌ସୋରରେ ଆଗେଇ ଚାଲିଛି । ଏହି ଭବ୍ୟ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାର ଏବଂ ଓପନ୍‌ ଫୁଡ୍‌ କୋର୍ଟ ମାଧ୍ୟମରେ ୫୦ଟି ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ ।

ଭକ୍ତମାନଙ୍କ ପାଇଁ ଅଯୋଧ୍ୟାରେ ଲିଟି ଚୋଖା, ରାଜସ୍ଥାନୀ ଡାଲ୍‌ ବାଟି ଚୁର୍‌ମା, ପଞ୍ଜାବୀ ତଡ଼କା, ଦକ୍ଷିଣ ଭାରତୀୟ ମସାଲା ଦୋସା, ଇଟିଲି, ବଙ୍ଗାଳି ରସଗୁଲ୍ଲା ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ମେନୁରେ ସାମିଲ ହେବ ।

ଉତ୍ତର ପ୍ରଦେଶ, ପଞ୍ଜାବ, ଦକ୍ଷିଣ ଭାରତ, ପଞ୍ଚିମବଙ୍ଗ, ରାଜସ୍ଥାନ, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟ ପାଇଁ ଅଲଗା ଅଲଗା ଫୁଡ୍‌ କୋର୍ଟ ତିଆରି କରାଯାଉଛି । ଏଠାରେ ଅତିଥି ଏବଂ ରାମଭକ୍ତଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି ।

ରାମଭକ୍ତଙ୍କ ଦ୍ୱାରା ଆୟୋଜନ ହେଉଥିବା ଭଣ୍ଡାରରେ ବିଶେଷ ଫଳ, କୁଟୁ ରୁଟି ଏବଂ ସାଗୁଦାନା ଖିରି ମେନୁରେ ଅନ୍ତର୍ଭୁକ୍ତ ରହିବ । ଏହି ଖାସ୍‌ ଅବସରରେ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ମେଶିନ ଅଣାଯାଇଛି, ଯେଉଁଥିରେ ଏକାବେଳେ ୧୦ ହଜାର ଇଟିଲି ତିଆରି କରାଯିବ ।

କହି ରଖୁଛୁ, ପ୍ରାଣ ପ୍ରତିଷ୍ଠା ସମାରୋହ ଯେତିକି ପାଖେଇ ଆସୁଛି, ଅଯୋଧ୍ୟାକୁ ନବବଧୂ ବେଶରେ ସଜାଇବା ପାଇଁ ପ୍ରସ୍ତୁତି ସେତିକି ଆଗେଇ ଚାଲିଛି । ଏହିପରି ଯୋଗୀ ସରକାର ଚୌଧୁରୀ ଚରଣ ସିଂ ଘାଟରେ ଦେଶର ସବୁଠାରୁ ବଡ଼ ଫ୍ଲୋଟିଂ ସ୍କ୍ରିନ୍‌ ତିଆରି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.