Below header

ସମ୍ବଲପୁର ସାଂସଦ ପ୍ରାର୍ଥୀ ହେବେ କି ବବି ଦାସ ?

ଆଗାମୀ ନିର୍ବାଚନରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି । ତାଙ୍କୁ ପ୍ରାର୍ଥୀ ରୂପେ ପାଇଲେ ଆମେ ତାଙ୍କୁ ସ୍ବାଗତ କରିବୁ ବୋଲି କହିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ।

ସମ୍ବଲପୁର (କେନ୍ୟୁଜ୍‌): ଆଗାମୀ ନିର୍ବାଚନରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି । ତାଙ୍କୁ ପ୍ରାର୍ଥୀ ରୂପେ ପାଇଲେ ଆମେ ତାଙ୍କୁ ସ୍ବାଗତ କରିବୁ ବୋଲି କହିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ।

ରେଢ଼ାଖୋଲରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ପ୍ରାର୍ଥୀକୁ ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ରୋହିତ । ସେ କହିଛନ୍ତି ବବି ଭାଇ ଜଣେ ଦୃଢ ସଂଗଠକ, ଲୋକଙ୍କ ସହିତ ମିଶିବା ଓ ସବୁବେଳେ ବିକାଶ କଥା ଚିନ୍ତା କରିବା ଭଳି ଜଣେ ଦକ୍ଷ ନେତାଙ୍କୁ ପାଇଲେ ଆମେ ହୃଦୟର ସହିତ ସ୍ୱାଗତ କରିବୁ । ତାଙ୍କ ନେତୃତ୍ବରେ ପଶ୍ଚିମ ଓଡ଼ିଶାର ସମସ୍ତ ବିଧାନସଭା ଓ ସାଂସଦ ଆସନରେ ବିଜେଡି ବହୁଳ ମାତ୍ରାରେ ଜିତିବ ବୋଲି ରୋହିତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.